ଏକ ମାସ ପରେ ଆରଟିଆଇ ଫର୍ମକୁ ରଖି ଫେରାଇଲେ ଉତେଇ ଇରିଗେସନ ଏସଡିଓ

କଳାହାଣ୍ଡି, (ନବୀନ କିଶୋର ସାହୁ): ସୂଚନା ଅଧିକାର ଆଇନ ବଳରେ ସାଧାରଣ ଜନତା ଯେ କୌଣସି କାର୍ଯ୍ୟାଳୟର କାର୍ଯ୍ୟଧାରା ଓ ନିଜେ ଜାଣିବାକୁ ଚାହୁଁଥିବା ତଥ୍ୟ ଉପରେ ପ୍ରାମାଣିକ ଭାବରେ ଜାଣିପାରିବେ। ତେବେ କେତେକ କ୍ଷେତ୍ରରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଅର୍ଥଲୋଭ ଦେଖାଇ ସୂଚନା ଚାହୁଥିବା ଲୋକଙ୍କୁ ତଥ୍ୟ ପ୍ରଦାନ ନକରି ମାମଲାର ରଫାଦଫା କରିଦେଉଥିବା ପରିଳକ୍ଷିତ ହୋଇଛି। ଯାହା ଫଳରେ କେତେକ କ୍ଷେତ୍ରରେ ଏହି ଆଇନ ତା’ର ପ୍ରକୃତ ଲକ୍ଷ ପୂରଣ କରିପାରୁନଥିବା ଅଭିଯୋଗ ହେଉଛି। କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସାମାଜିକ କର୍ମୀ ସଂଯୁକ୍ତା ପୁରୋହିତ ସୂଚନା ଅଧିକାର ବଳରେ ଉତେଇ ଇରିଗେସନର ଦୁର୍ନିତିକୁ ସଂନ୍ଦେହ କରି ଗତ ମାସ ୧୭/୦୬/୨୧ ରିଖ ମ.ରାମପୁର ଉତେଇ ଇରିଗେସନ ଏସ ଡିଓଙ୍କୁ ସୂଚନା ତଥ୍ୟ ମାଗିଥିଲେ। କିନ୍ତୁ ଅଫିସରୁ କୌଣସି ସୂଚନା ଦିଆଯାଇ ନଥିଲା ତେଣୁ ପୁରୋହିତ ଏକ ମାସ ପୁରିଥିବା ଉତେଇ ଇରିଗେସନ ଦାୟିତ୍ବରେ ଥିବା ସହକାରୀ ଯନ୍ତ୍ରୀ ଅମିୟ ସାମଳଙ୍କୁ ଫୋନ ଯୋଗେ ପଚାରିଥିଲେ ତାପରେ ୧୯/୦୭/୨୧ ରିଖରେ ଶ୍ରୀ ସାମଳ ସୂଚନାକର୍ମୀ ସଂଯୁକ୍ତା ପୁରୋହିତଙ୍କୁ ପତ୍ର ସଂଖ୍ୟା ୯୬/୧୯/୦୭/୨୧ ଦିନ ସୂଚନା ଅଧିକାର ସମ୍ବନ୍ଧରେ ଆମ ପାଖରେ କୌଣସି ସୂଚନା ଉପଳବ୍ଧି ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି।


ସୂଚନାକର୍ମୀ କହିବା ଅନୁସାରେ ଏକ ମାସରେ କୌଣସି ଚିଠି ନକରି ମାସେ ପରେ କିପରି ଆମକୁ ସୂଚନା ମାଗିଥିବା ଦରଖାସ୍ତକୁ ଫେରାଇବା କେତେଦୁର ଯୁକ୍ତିଯୁକ୍ତ ବୋଲି ପ୍ରକାଶ କରିଛନ୍ତି। ସୁତରାଂ ଯେଉଁ ଅଫିସରେ ପିଆଇଓ ନାହାନ୍ତି ତାଙ୍କର ଉପରିସ୍ତ କାର୍ଯ୍ୟାଳୟକୁ ପ୍ରେରଣ କରାଯିବା କଥା କିନ୍ତୁ ଦରଖାସ୍ତକୁ ପୁଣିଥିରେ ସୂଚନାକର୍ମୀଙ୍କୁ ପଠାଇବା ବୁଦ୍ଧିଜିବୀ ମହଳରେ ଆଳୋଡନ ସୃଷ୍ଟି ହେଉଛି।ଏ ଦିଗରେ ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଏହି ମାମଲାକୁ ଆପୋଷ ବୁଝାମଣା ମାଧ୍ୟମରେ ରଫାଦଫା କରିବାକୁ ମଧ୍ୟ ଚେଷ୍ଟା କରାଯାଇଥିଲା। କିନ୍ତୁ ସୂଚନା ଅଧିକାର କର୍ମୀ ଏହା ହେବାକୁ ଦେଇନଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.