କଳାହାଣ୍ଡି, (ହିରଣ୍ୟ ବେହେରା): ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ନୂଆଦିଲ୍ଲୀଙ୍କ ଆହ୍ୱାନ କ୍ରମେ ନିଟ୍ ରେ ଓବିସିକୁ ଆରକ୍ଷଣ ଦିଆଯାଉ, ଓବିସି ମାନଙ୍କ ଜାତିଭିତ୍ତିକ ଜନଗଣନା, ଓବିସି ମାନଙ୍କୁ ଲଗାଯାଇଥିବା ଅସାମ୍ବିଧାନିକ କ୍ରିମିଲେୟାର ଉଚ୍ଛେଦ, ମଣ୍ଡଳ କମିଶନ ଲାଗୁ କରିବା, ୨୦୨୧ ରେ ଓବିସି ମାନଙ୍କ ଜନଗଣନା ଭଳି ବିଭିନ୍ନ ଦାବୀ ନେଇ ଆଜି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା କଳାହାଣ୍ଡି ତରଫରୁ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ଜ୍ଞାପନପତ୍ର ପ୍ରଦାନ କରାଯାଇଥିଲା।
ଏହି ଅବସରରେ ସମସ୍ତ ଓବିସି ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚାର ଓଡିଶା ସଭାପତି ଜଗଦିଶ ଯାଦବଙ୍କ ନିର୍ଦେଶ କ୍ରମେ ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ହଂସ ଯାଦବ , ପୂର୍ଣ୍ଣଚନ୍ଦ୍ର ବାଗ, କୁନୁ ଦୁର୍ଗା, ମନୋହର ନାଏକ, ରାଷ୍ଟ୍ରୀୟ ମୁସଲିମ ମୋର୍ଚା ଓଡିଶା ରାଜ୍ୟ ସଭାପତି ମେହେବୁବ ରାଜା ପ୍ରମୁଖ ଉପସ୍ଥିତ ଥିଲେ।