ଶାବର ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ବାହୁଡା ଯାତ୍ରା ସମ୍ପନ୍ନ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ବାହୁଡା ଯାତ୍ରା ବିନା ଭକ୍ତରେ ସମ୍ପନ୍ନ ହୋଇଛି । କୋଭିଡ ନିୟମ ଅନୁଯାୟୀ ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ଆରମ୍ଭ କରି ବାହୁଡ଼ା ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା । ଏହି ନବଦୀନାତ୍ମକ ଯାତ୍ରାରେ ତିନିଠାକୁର ଗୁଣ୍ଡିଚା ମନ୍ଦିରରେ ବିଜେ ହୋଇ ଦର୍ଶନ ଦେଇଥିଲେ । ବାହୁଡ଼ା ଯାତ୍ରା ପୂର୍ବରୁ ହେରା ପଞ୍ଚମୀ ଦିନ ମାଆ ଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସି ଅଭିମାନରେ ରଥକାଠ ଭାଙ୍ଗିବା ପରମ୍ପରା ପାଳିତ ହୋଇଥିଲା । ନିରାଡ଼ମ୍ବରରେ ଶାବର ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା ସମ୍ପନ୍ନବାହୁଡଡ଼ା ଯାତ୍ରା ପାଇଁ ଆଜି(ମଙ୍ଗଳବାର) ସକାଳୁ ତିନି ଠାକୁର ଓ ସୁଦର୍ଶନଙ୍କୁ ସେବକ ମାନେ ରଥାରୂଢ କରିବା ପରେ ରଥ ଉପରେ ସମସ୍ତ ନୀତିକାନ୍ତି ପାଳନ କରାଯାଇଥିଲା । ଆସନ୍ତାକାଲି (ବୁଧବାର) ମହାପ୍ରଭୁଙ୍କ ସୁନାବେଶ ଓ ଅଧର ପଣା ଲାଗି ହେବା ପରେ ଗୁରୁବାର ଦିନ ଠାକୁରଙ୍କ ନୀଳାଦ୍ରି ବିଜେ କରିବେ । କୋଭିଡ କଟକଣା ଯୋଗୁଁ ପୂର୍ବଭଳି ସମସ୍ତ ନୀତିକାନ୍ତି ବିନା ଭକ୍ତରେ ପାଳିତ ହେବ । ଶାବର ଶ୍ରୀକ୍ଷେତ୍ରରେ ଯେଭଳି ଭକ୍ତଙ୍କ ଭିଡ଼ ହେବନାହିଁ ସେନେଇ କୋରାପୁଟ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ମହାମାରୀ କୋରୋନା ସଂକ୍ରମଣ ଚେନ ଭାଙ୍ଗିବା ପାଇଁ ରଥଯାତ୍ରା ଉପରେ ଏଭଳି କଟକଣା ଜାରି କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.