ଜୁନାଗଡ: ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦାବୀକରି ଆଜି ଜାରିଙ୍ଗ ନିକଟରେ ରାଜରାସ୍ତାକୁ ଅବରୋଧ କରିଛନ୍ତି ଉତ୍ୟକ୍ତ ଜନତା। ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଗତକାଲି ଜୁନାଗଡ଼ ସହର ପାଖ ମେରିଆବନ୍ଧଲି ଛକରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତଳଜାରିଙ୍ଗ ଗାଁର ଯୁବକ ତପନ ପଟେଲଙ୍କ ମୃତ୍ୟୁ ହୋଇଥିଲା।
ସୂଚନା ଅନୁସାରେ ଦୁଇ ଭାଇ ତପନ ପଟେଲ ଓ ଚନ୍ଦନ ପଟେଲ ନିଜ ଗାଁ ତଳଜାରିଙ୍ଗରୁ ଜୁନାଗଡ଼କୁ ଯାଉଥିବା ବେଳେ ମେରିଆବନ୍ଧଳି ଛକରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ତପନ ପଟେଲ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ଭାଇ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଆଜି କ୍ଷତି ପୂରଣ ଦାବୀରେ ପରିବାର ଓ ସମ୍ପକୀୟ ମାନେ ଜାରିଙ୍ଗ ଛକରେ ଶବ ରଖି ଜାତୀୟ ରାଜପଥ ଅବରୋଧ କରିଛନ୍ତି।
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in