ଉଚ୍ଚ ବିଦ୍ୟାଳୟରେ ୟୁଟ୍ୟୁବ ଲାଇଭ ମାଧ୍ୟମରେ ଶିକ୍ଷା ଦାନ ଆରମ୍ଭ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟରେ ୟୁଟ୍ୟୁବ ଲାଇଭ ମାଧ୍ୟମରେ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଶିକ୍ଷାଦାନ ପଦ୍ଧତି ଜାରି ରଖିଅଛନ୍ତି। ରାଜ୍ୟରେ ବର୍ତ୍ତମାନ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସରକାରଙ୍କ ଅନୁମୋଦିତ ହୋଇଥିବା ୟୁଟ୍ୟୁବ ଲାଇଭ ଷ୍ଟ୍ରିମ ଶିକ୍ଷାଦାନ ପରିଚାଳିତ ହେଉଛି। ପ୍ରଥମ ଦିନରେ ଦିନ ୧୦.୧୦ ମିନିଟରୁ ଆରମ୍ଭ ହୋଇ ୧୨.୩୦ ମିନିଟ ପର୍ଯ୍ୟନ୍ତ ଶିକ୍ଷା ଦାନ ପ୍ରକ୍ରିୟା ଜାରି ରହିଥିଲା। ଏହି ଲାଇଭ ଷ୍ଟ୍ରିମିଙ୍ଗ କ୍ଲାସ ଯୋଗୁଁ ବିଭିନ୍ନ ଗ୍ରାମାଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀମାନେ ଇଣ୍ଟରନେଟ ସୁବିଧା ଠିକ ରହୁ ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ତେବେ ଏହି ଶିକ୍ଷାଦାନ ପଦ୍ଧତି ଦ୍ୱାରା ପିଲାମାନେ ଘରେ ରହି ୟୁଟୁବ ମାଧ୍ୟମରେ ଶିକ୍ଷା ପ୍ରାପ୍ତ କରି ଯଥେଷ୍ଟ ଜ୍ଞାନ ପାଇପାରୁଥିବା ନେଇ ଖୁସି ଥିବା ଦେଖାଯାଇଛି। ଏହି ୟୁଟ୍ୟୁବ ଲାଇଭ ଷ୍ଟ୍ରିମ ଶିକ୍ଷାଦାନ ଦିଗରେ ସହଯୋଗ କରୁଥିବା ଶିକ୍ଷକ ମାନଙ୍କ ମଧ୍ୟରେ ହରିହର ପଟ୍ଟନାୟକ, ପି. ଅରୁଣା, ଶଙ୍କରି ଦଳପତି, ବିଜୟ ଲକ୍ଷ୍ମୀ ରାୟ ପ୍ରମୁଖ ଉପସ୍ଥିତ ରହି ଶିକ୍ଷାଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.