ଆଲବାନିୟନ ଏବଂ ଫ୍ରାନ୍ସ ଭାଷାରେ ଅନୁଦିତ ହେଲା କବି ଭବାନୀ ଶଙ୍କର ନିଆଲଙ୍କ କବିତା

ଭୁବନେଶ୍ୱର: ଡକ୍ଟର ଆମ୍ବାସାଡ଼ର କବି ଭବାନୀ ଶଙ୍କର ନିଆଲଙ୍କ କବିତା ଆଲବାନୀୟନ ଏବଂ ଫ୍ରାନ୍ସ ଭାଷାରେ ଆଲବାନୀୟନ କବି ମାରଜେତା ଶଟ୍ରୋ ରାରପାଜ୍ ଅନୁଦିତ କରିଛନ୍ତି। ପ୍ରକାଶ ଥାଉ କି ଆଲବାନୀୟନ କବି ମାରଜେତା ଶଟ୍ରୋ ରାରପାଜ ଏକାଥରକେ ଜଣେ କବି, ସମ୍ପାଦକ ଏବଂ ବିଶ୍ଵସ୍ତରୀୟ ଅନୁବାଦକ ଅଟନ୍ତି। ତାଙ୍କ ଲିଖିତ ଆଠଟି କବିତା ସଂକଳନ ବିଭିନ୍ନ ଭାଷାରେ ପ୍ରକାଶିତ ହେଇଛି ଏବଂ ଅନେକ ପତ୍ର ପତ୍ରିକାର ସମ୍ପାଦିକା ଅଟନ୍ତି। ସେ ୨୦୧୯ ରେ ଆମେରିକା ସ୍ଥିତ ଆଳ ଫାନସୋ ଜି. ନ୍ୟୁକମର ପୋଏଟ୍ରି ଟ୍ରେନ୍ ଆୱାର୍ଡ ପାଇଛନ୍ତି। ସୂଚନା ଯୋଗ୍ୟ ଯେ, ଆଲବାନୀୟନ ଭାଷା ଆଲବାନିୟନ ଦେଶ ବ୍ୟତୀତ କଶୋଭା, ଉତ୍ତର ମେସୋଡୋନିଆ, ମଣ୍ଟେନେଗରୋ, ଇଟାଲୀ, ସର୍ବିଆ, କ୍ରୋସିଆ, ରୋମାନିଆ ଭଳି ପ୍ରମୁଖ ଦେଶରେ ବ୍ୟବହୃତ ହେଉଅଛି। ଉକ୍ତ ତିନୋଟି ଆଲବାନିୟନ ଏବଂ ଫ୍ରାନ୍ସ ଅନୁବାଦିତ କବିତା ସାଲଭେସନ, କିସ ଏବଂ ଦ ଳଷ୍ଟ ଷ୍ଟାର ଇଂରାଜୀରେ ଅଧ୍ୟାପକ ଗୋବିନ୍ଦ ସାହୁ ଅନୁବାଦ କରିଥିଲେ। ଦୀର୍ଘ ତିନି ଦଶନ୍ଧିରୁ ଉଭୟ ହିନ୍ଦୀ ଓ ଓଡ଼ିଆ କବିତାରେ ସକ୍ରିୟ ରହିବା ସହ ଏକାଧିକ ପୁସ୍ତକର ଲେଖକ ତଥା ମହୁରି ପତ୍ରିକାର ମୁଖ୍ୟ ସମ୍ପାଦକ କବି ଭବାନୀଶଙ୍କର ନିଆଲଙ୍କ କବିତା କ୍ରମାଗତ ଭାବେ ଇଂରାଜୀ, ଇଟାଲୀ, ସର୍ବିଆ, ରୁଷ, ଚୀନ, ଫ୍ରାନ୍ସ, ଆର୍ବିକ ପରେ ପୋଲିସ ଭାଷାରେ ଅନୂଦିତ ହେବା ଏକ ଗୌରବର ବିଷୟ। ଉକ୍ତ କବିତା ଗୁଡିକୁ ଇଂରାଜୀରେ ଅଧ୍ୟାପକ ବଙ୍କିମ ମୁଣ୍ଡ ଏବଂ ଗୋବିନ୍ଦ ସାହୁ, ଇଟାଲୀରେ କବି ଇମାନୁଏଲା ରିଜୋ, ସର୍ବିଆରେ ପ୍ରଖ୍ୟାତ କବି ତଥା ଅଧ୍ୟାପିକା ସୋଭା ସୋଭକା ସୋଭିକ,ଚୀନ ଭାଷାରେ କବି ଲାଉ ଫୁ, ରୁଷ ଭାଷାରେ ପ୍ରଖ୍ୟାତ ରୁଷ ଲେଖିକା ଏଲିନା ଡାନିସିନା ଏବଂ ଫ୍ରାନ୍ସ ଭାଷାରେ ଫ୍ରାନ୍ସସିୟ କବି ତଥା ଚୀନ ଭାଷା ଓ ସଂସ୍କୃତିର ବିଦ୍ୱାନ ଏଲିଜା ବେଥ ପ୍ଲେନାଟୋ କରିଥିବା ବେଳେ ପୋଲିସ ଭାଷାରେ ପ୍ରସିଦ୍ଧ ପୋଲାଣ୍ଡ କବି ଜିଜନିଉ ମାଇରୋସ୍ଲୋୱସ୍କି ଏବଂ ଆର୍ବିକ ଭାଷାରେ ପ୍ରସିଦ୍ଧ ଆର୍ବିକ କବି ତଥା ଲେଖକ ମହମ୍ମଦ ହେଲ୍ମୀ ଅଲ୍ ରିଶା ଅନୁବାଦ କରିଛନ୍ତି। କବିଙ୍କ ଏହି ସଫଳତାରେ ରାଜ୍ୟର ବିଭିନ୍ନ ମହଳରୁ ଖୁସିର ଲହରୀ ଖେଳିଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.