କଳାସଂସ୍କୃତିକୁ ଉଜ୍ଜବିତ କରୁଛି କଳା ବିକାଶ କେନ୍ଦ୍ର

ଜୁନାଗଡ: କଳା ସଂସ୍କୃତିର ମାଟି ହେଉଛି ଜୁନାଗଡ଼। ଏହି ମାଟିକୁ କଳା ସଂସ୍କୃତି କ୍ଷେତ୍ରରେ ଉଜ୍ଜିବିତ କରିବାରେ କଳାବିକାଶ କେନ୍ଦ୍ରର ଯଥେଷ୍ଟ ଭୂମିକା ରହିଛି। ଶାସ୍ତ୍ରୀୟ ନୃତ୍ୟ ଓଡିଶୀକୁ ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ପହଞ୍ଚାଇବାର ପ୍ରୟାସ ଜାରି ରଖିଛି କଳାବିକାଶ କେନ୍ଦ୍ର। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର କଳାବିକାଶ କେନ୍ଦ୍ର ଠାରେ ଆୟୋଜିତ ଧନ୍ୟବାଦ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରି କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଏହା କହିଛନ୍ତି।

Omkar Vasthu
Omkar Vasthu


ସେହିପରି କାଳବିକାଶ କେନ୍ଦ୍ରର ଏହି ପ୍ରୟାସକୁ ବର୍ତ୍ତମାନ ଓଡିଶା ସଂଗୀତ ଏକାଡେମୀ ସହଯୋଗର ହାତ ବଢ଼ାଇଛି। କଳା ବିକାଶକୁ କେନ୍ଦ୍ରକୁ ନୂଆ ରାହା ଦେଖାଇବା ପାଇଁ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ବାର୍ଷିକ ୧ ଲକ୍ଷ ଟଙ୍କା ଅନୁଦାନ ରାଶି ଦେବା ପାଇଁ ସହାୟକ ହେଇଛି। ପ୍ରଥମ କିସ୍ତି ଭାବେ କଳା ବିକାଶ କେନ୍ଦ୍ରକୁ ୫୦ ହଜାର ଟଙ୍କା ଚେକ ପ୍ରଦାନ କରାଯାଇଛି ବୋଳି ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଏହି ମତବ୍ୟକ୍ତ କରିଛନ୍ତି। ସମ୍ମାନିତ ଅତିଥି ଭାବେ ବିଶ୍ୱ ସ୍ତରରେ ଚର୍ଚ୍ଚିତ କବି ଭବନୀ ଶଙ୍କର ନିଆଲ, ଭବାନୀପାଟଣାର ପୂର୍ବତନ ପୈ।ରାଧ୍ୟକ୍ଷ ଆଦିତ୍ୟ ନନ୍ଦ, ଜୁନାଗଡ଼ର ପୂର୍ବତନ ନଗରପାଳ ମାହେଶ ସାହୁ, ଶିକ୍ଷକ ସଙ୍ଘ ସଭାପତି ସରୋଜ ପଣ୍ଡା, ଯୁବ ନେତା ପ୍ରଶାନ୍ତ ନାଏକ, କଳାବିକାଶ କେନ୍ଦ୍ର ପରିଚାଳକ ମାନସ ସେଠି ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପି.ଆଇ. କଲେଜର ଖେଳ ଶିକ୍ଷକ ସମୀର କୁମାର ସାହୁ ପରିଚାଳନା କରିଥିଲେ। ପ୍ରକାଶ ଯେ, ଗତ ୨୦୨୦ରେ ମହାରାଷ୍ଟ୍ର ରାଜ୍ୟ ନାଗପୁର ଠାରେ ଜାତୀୟ ନୃତ୍ୟ ଓ ବାଦ୍ୟ ପ୍ରତିଯୋଗିତାରେ କଳାବିକାଶ କେନ୍ଦ୍ର ୮ଜଣ ପ୍ରତିଯୋଗିଙ୍କୁ ସମ୍ମାନିତ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.