ଶୁଣ,ମୁଁ ମାଟି ମା କହୁଛି
ଦେଖିଯାଅ ଥରେ
ମୋ ସୁରକ୍ଷାରେ ଥିବା,
ମୋ ସନ୍ତାନ ମାନେ
କେମିତି ହୋଇଛନ୍ତି ଅମର
ବିଷ ପାନ କରି !
ଶୁଣିଯାଅ ଥରେ
ମୋ ଅସହାୟତାର କାହାଣୀ
କେମିତି ତାଙ୍କର ଅମରତ୍ୱ ପାଇବା ପୂର୍ବରୁ
ଡ଼ାକିଥିବା ମା ଶବ୍ଦରେ
ମୁଁ ହୋଇଯାଇଥିଲି ସ୍ତବ୍ଦ
କେମିତି ବନ୍ଦ ହୋଇଯାଇଥିଲା
ମୋ ସ୍ପନ୍ଦନ
କେମିତି ଚାହିଁଥିଲି
ଅପଲକ ନୟନରେ !
ଦେଖିଯାଅ ଥରେ
ମୋ ପଣତ କେମିତି ରକ୍ତରଂଜିତ
ମୋ ସନ୍ତାନଙ୍କ ଅମରତ୍ୱ ପ୍ରାପ୍ତିରେ !
ଦେଖିଯାଅ ଥରେ
ମୋ ଲୁହ ସବୁ କେତେ ଅମାନିଆ
ବହିଯାଉଛନ୍ତି ଆଖିମିଟିକାର
ଅପେକ୍ଷା ନକରି !