ନୂଆପଡା ନେସନାଲ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର 

ନୂଆପଡା,୧୬/୨: ସ୍ଥାନୀୟ ନେସନାଲ ମହାବିଦ୍ୟାଳୟ ଠାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଦୀର୍ଘ ୧୨ ଦିନ ଧରି ଚାଲୁଥିବା ଏହି ଶିବିର ରେ ମହାବିଦ୍ୟାଳୟ ର ୨୦୦ ରୁ ଉର୍ଦ୍ଧ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ନେଉଥିଲେ ।  ଉଦଯାପନୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି ଭାପେ ଯୋଗ ଦେଇ ଥିଲେ । ଖରିଆର ରୋଡ ଥାନା ଆଇ.ଆଇ.ସି ଶ୍ରୀଯୁକ୍ତ ମଲ୍ଲିକ, ନୋଡାଲ ଅଧିକାରୀ ତଥା ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ ।

ଅଧ୍ୟାପକ ସୁରେନ୍ଦ୍ର କୁମାର ନାୟକ, ଗଜେନ୍ଦ୍ର ପ୍ରସାଦ ନାୟକ, କପିଳ ଦେବ ପାଣିଗ୍ରାହୀ, ଇଶ୍ୱର ପଟେଲ, ଶିବ ପ୍ରସାଦ ସାହ, ରବୀନ୍ଦ୍ର ମାଝୀ, ଗୌଡ଼ ବାବୁ, ଶୁକଦେବ ଭିଲ ପ୍ରମୁଖ ଏହି ସମାବର୍ତ୍ତନ ଉତ୍ସବରେ ଉପସ୍ଥିତ ଥିଲେ । ସଭା ପ୍ରାରମ୍ଭରୁ ପୁଲୱାମା ରେ ହୋଇ ଥିବା ଆତ୍ମଘାତି ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ବୀର ସି.ଆର.ପି.ଏଫ୍ ଯବାନଙ୍କ ଆତ୍ମାର ଶାନ୍ତି ପାଇଁ ନିରବ ପ୍ରାଥନା କରା ଯାଇ ଥିଲା ।

ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ମାନେ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ଏହି ଆତ୍ମ ସୁରକ୍ଷା ଶିବିର ର ଉପାଦେୟତା ସମ୍ବନ୍ଧରେ ବୁଝାଇ ଥିଲେ ।ସଂଯୋଜକ ପ୍ରକାଶ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଶିବିରକୁ ମାଷ୍ଟର ଟ୍ରେନର ସରସ୍ବତୀ ଶବର, ସାବିତ୍ରୀ ସାହୁ, ଫୁଲେଶ୍ଵରୀ ସାହୁ ଓ ଧନେଶ୍ରୀ କେଉଟ ଆଦି ପରିଚାଳନା କରିଥିଲେ ।

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.