କଳାହାଣ୍ଡି, (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ରେଙ୍ଗାଲି ଅଙ୍ଗନୱାଡି କେନ୍ଦ୍ରର ନୂତନ ଗୃହ ଉଦଘାଟନ ହୋଇଯାଇଛି। ଏଥିରେ ରେଙ୍ଗାଲି ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଦୀପ କୁମାର ରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଇସିଡିଏସ ସୁପରଭାଇଜର ଗିତା ରାଣୀ ହରିଜନ, ଅଙ୍ଗନଓ୍ବାଡି କର୍ମୀ ବିଷ୍ଣୁପ୍ରିୟା ସୁନା, ୱାର୍ଡ ମେମ୍ବର ପ୍ରେମଳତା ଭୋଇ, ରେଙ୍ଗାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ପ୍ରମୁଖ ସଂମାନିତ ଅତିଥି ଭାବେ ଯୋଗ ଦେଇଥିଲେ।