ନିଟ୍ ପରିକ୍ଷାରେ ସଂରକ୍ଷଣ ଦାବି ନେଇ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

ଭବାନୀପାଟଣା: ନିଟ୍ ରେ ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ନାହିଁ, କେନ୍ଦ୍ର ସରକାରଙ୍କ ଏଭଳି ପାତରଅନ୍ତର ନୀତି ବିରୋଧରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା। ସାରା ଦେଶରେ ମୋଟ ୨୬୭ ସରକାରୀ ମେଡିକାଲ କଲେଜ ଅଛି। ରାଜ୍ୟ ମେଡିକାଲ କଲେଜରୁ କେନ୍ଦ୍ରରେ ୧୫% ୟୁଜି ଓ ପିଜିରେ ୫୦% ସଂରକ୍ଷଣ ଥିଲା। କିନ୍ତୁ ଏବେ କେନ୍ଦ୍ର ସରକାର ଓବିସି ଛାତ୍ରଛାତ୍ରୀଙ୍କୁ ଏହି ସଂରକ୍ଷଣ ପ୍ରଦାନ କରୁନାହାନ୍ତି। ଗତ ୪ବର୍ଷ ମଧ୍ୟରେ ମୋଟ୍ ସିଟ୍ ୪୦,୮୪୨ ମଧ୍ୟରୁ ସାଧାରଣବର୍ଗ ୩୧୭୮୦, ଏସସି ୬୦୮୫, ଏସଟି ୨୯୭୮ ଥିବାବେଳେ ୫୨% ଓବିସି ଛାତ୍ରଛାତ୍ରୀଙ୍କୁ ସିଟ ସଂରକ୍ଷଣ ପ୍ରଦାନ କରାଯାଇ ନଥିବାରୁ ଉଦବେଗ ପ୍ରକାଶ ପାଇଛି। ତେଣୁ ନିଟ୍ ରେ ଓବିସି ଛାତ୍ରଛାତ୍ରୀଙ୍କ ଆରକ୍ଷଣ ସହ ଜାତି ଭିତ୍ତିକ ଜନଗଣନା ଓ ରାଜନୈତିକ କ୍ଷେତ୍ରରେ ୫୨% ସଂରକ୍ଷଣ ଆଦି ଦାବି କରିଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା।

ଜିଲ୍ଲା ଯାଦବ ମହାସଭାର ତତ୍ବାବଧାନ ଓ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ। ଏଥିରେ ଉତ୍କଳ ଯାଦବ ମହାସଭା ସମ୍ପାଦକ କିର୍ତ୍ତନ ନାଏକ, ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ଡାକେଶ୍ବର ଲହଜଲ, କୃତିବାସ ବେମାଲ, ଜିଲ୍ଲା ଯୁବ ଯାଦବ ମହାସଭା ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା,

କୋଷାଧ୍ୟକ୍ଷ ସନ୍ତୋଷ ବାଗ, ସହ ସମ୍ପାଦକ ତ୍ରିଲକ୍ଷ ନାଏକ, ଧର୍ମଗଡ଼ ବ୍ଲକ ଯୁବ ଯାଦବ ସଭାପତି ଲବଣୀ ରାଉତ, ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ରାଜ୍ୟ ସଭାପତି ଜଗଦୀଶ ଯାଦବଙ୍କ ସମେତ ଯୁବ ଯାଦବ ତୁଲମଣୀ ନାଗ, ଆଦିତ୍ୟ ହଂସ, ତ୍ରିପୁର ନାୟକ, କାର୍ତ୍ତିକ ଛତ୍ରିଆ, ପ୍ରକାଶ ବନଛୋର, ଅଙ୍କୁର ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.