କୋରାପୁଟ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପରିଦର୍ଶନରେ ରାଜ୍ୟ ମୁଖ୍ୟ ସଚିବ ଓ 5-T ସଚିବ

କୋରାପୁଟ,(ତ୍ରିନାଥ ପଟ୍ଟନାୟକ ): କୋରାପୁଟ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିବାକୁ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜଳ ସମ୍ପଦ ପ୍ରମୁଖ ସଚିବ ଅନୁ ଗର୍ଗ, ୫-ଟି ସଚିବ ଭି. କେ. ପାଣ୍ଡିଆନ, ଏନ. ଏଚ. ଏମ ନିର୍ଦ୍ଧେଶକ ଶାଳୀନ ପଣ୍ଡିତ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିନୀଲ କ୍ରୀଷ୍ଣା ପ୍ରମୁଖ ପରିଦର୍ଶନ କରିଅଛନ୍ତି। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ନୂତନ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାର୍ଯ୍ୟର ତଦାରଖ କରିଥିଲେ। ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅରୁଣ କୁମାର ସାହୁ, ନିର୍ମାଣଧୀନ ଅଧ୍ୟାପନା ହସ୍ପିଟାଲର ନକ୍ସା ଉପରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟ ଅଢେଇ ବର୍ଷ ମଧ୍ୟରେ ସମ୍ପୂର୍ଣ ହେବ ବୋଲି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। କୋରାପୁଟ ହସ୍ପିଟାଲରେ ନିର୍ମାଣଧୀନ ପିଏସଏ ଓ ଏଲଏମଓ ଉପରେ ସମୀକ୍ଷା କରିଥିଲେ। କୋରାପୁଟ ଜିଲ୍ଲାପାଳ ଅବଦଲ ଏମ ଅଖତର, କୋରାପୁଟ ରାସ୍ତା ଓ କୋଠାବାଡ଼ିର ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଖୁରା, ସହକାରୀ ନିର୍ବାହୀ ଯନ୍ତ୍ରୀ ମଧୁସ୍ମିତା ସାମଲ, ସହକାରୀ ଯନ୍ତ୍ରୀ ଶରତ କୁମାର ପାତ୍ର, ସlପୋର୍ଜ ପାଲୋନଜୀ କମ୍ପାନୀର ପ୍ରକଳ୍ପ ନିର୍ଦ୍ଧେଶକ ଅନିଲ ସଲଭଟ, କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଡିନ ପ୍ରଫେସର ଡାକ୍ତର କୃଷ୍ଣଚନ୍ଦ୍ର ବିଶ୍ୱାଳ, ହସ୍ପିଟାଲ ଅଧିକ୍ଷକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର ଓ ହସ୍ପିଟାଲ ପ୍ରଶାସିକା ମଧୁମିତା ନାୟକ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରlୟଗୁରୁ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.