● ଶ୍ୟାମସୁନ୍ଦର ଦାସ ସଭାପତି, ରାମଚନ୍ଦ୍ର ପ୍ରଧାନ ସମ୍ପାଦକ
ଯାଜପୁର: ଉତ୍କଳ ଯାଦବ ମହାସଭା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କମିଟିର ସଭାପତି ଭାବେ ଶ୍ୟାମସୁନ୍ଦର ଦାସ, ସାଧାରଣ ସମ୍ପାଦକ ଭାବେ ରାମଚନ୍ଦ୍ର ପ୍ରଧାନ ଓ ମୁଖ୍ୟ ପରାମର୍ଶଦାତା ରୁପେ ଅମୁଲ୍ୟ ପ୍ରଧାନ ମନୋନୀତ ହୋଇଛନ୍ତି। ଉତ୍କଳ ଯାଦବ ମହାସଭାର ସଭାପତି ଆଶୀର୍ବାଦ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଉତ୍କଳ ଯାଦବ ମହାସଭା ଯାଜପୁର ଜିଲ୍ଲା ସଭାପତି ଗଣେଶ୍ୱର ଦାସ ଏହାକୁ ଅନୁମୋଦନ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ପୂର୍ଣ୍ଣାଙ୍ଗ କମିଟି ଘୋଷଣା କରାଯିବ ବୋଲି ଜଣାପଡିଛି। ନୂତନ କାର୍ଯ୍ୟକର୍ତ୍ତାଙ୍କୁ ଯାଜପୁର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯାଦବମାନେ ଶୁଭେଛା ଜଣାଉଛନ୍ତି।