ଗୁଡ଼ିଆଳିପଦର ସ୍କୁଲରେ ବୃକ୍ଷରୋପଣ ଓ ୟୁଟ୍ୟୁବ କ୍ଲାସ ସଚେତନତା କାର୍ଯ୍ୟକ୍ରମ

ଭବାନୀପାଟଣା: ବୃକ୍ଷ ମଣିଷର ଅତ୍ୟାବଶ୍ୟକ ବଂଧୁ। ବୃକ୍ଷ ବିନା ମଣିଷର ଜୀବନଧାରଣ ସମ୍ଭବ ନୁହେଁ। ତେଣୁ ବୃକ୍ଷରୋପଣ ଓ ତାର ସୁରକ୍ଷା ଦିଗରେ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଗୁଡିଆଲିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ବୃକ୍ଷରୋପଣ ଓ ୟୁଟ୍ୟୁବ କ୍ଲାସ ସଚେତନତା କାର୍ଯ୍ୟକ୍ରମ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଭବାନୀପାଟଣା ବ୍ଲକ ଗୁଡ଼ିଆଳିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ବିଇଓ ଜଗନ୍ନାଥ ପୁରୋହିତ, ସମ୍ମାନିତ ଅତିଥି ବାପୁଜି ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ସୁଢ଼ଳଦେବ ମୁଣ୍ଡ, ଉଦେପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଦୀପ ସାହୁ, ପୂର୍ବ ସିଆରସିସି ରାଧେଶ୍ୟାମ ଦାଶ, ସିଆରସିସି ବିଶ୍ୱଜିତ ରାଏ, ସ୍ଥାନୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକ ନୀଳମଣି ଦୁର୍ଗା, ଲକ୍ଷ୍ମୀପୁର ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ଜଗନ୍ନାଥ ଦାସ ସଭାପତିତ୍ୱ ଓ ସଭା ପରିଚାଳନା କରିଥିଲେ।

Udyog Nursery
Udyogi Nursery


ଏହି ଅବସରରେ ବୃକ୍ଷରୋପଣ ଓ ୟୁଟ୍ୟୁବ କ୍ଲାସ ସହଭାଗିତା ସଚେତନତା ନେଇ ଏକ ଲିଫଲେଟ ଓ ବେନର ଉନ୍ମୋଚନ ହୋଇଥିଲା। ଯାହା ଅଂଚଳର ବିଭିନ୍ନ ଉପଗ୍ରାମରେ ସଚେତନତା ଦିଗରେ ସହାୟକ ହେବ। ସେହିପରି ୟୁଟ୍ୟୁବ କ୍ଳାସରେ ସକ୍ରିୟ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସଭାପରେ ସ୍କୁଲ ପରିସରରେ ଅଁଳା, ଅଶୋକ, ଆମ୍ବ, ନିମ୍ବ, ପଣସ, ସାଗୁଆନ ତଥା ବିଭିନ୍ନ ପ୍ରକାର ଗଛ ଲଗାଯାଇଥିଲା। ଏଥିରେ ଶିକ୍ଷକ ଡିଲେଶ୍ୱର ରଣା, ଅରକ୍ଷିତ ନନ୍ଦ, ଗାୟତ୍ରୀ ପଣ୍ଡା, ସୌଭାଗ୍ୟ ମଞ୍ଜରୀ ଦାସ, ତୀର୍ଥ ମହାଖୁଡ଼, ପ୍ରିୟରଞ୍ଜନ ପୁରୋହିତ, ଧନଞ୍ଜୟ ସାହୁ, ବେଣୁଧର ପଟେଲ, ବସୁମତୀ ସାହୁ, ସୁଶାନ୍ତ ସାହୁ, ଭବିଷ୍ୟ ଦଣ୍ଡସେନା, ରୋମାଞ୍ଚଳ ଧରୁଆ, ତୁନେଶ୍ବର ସା ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.