କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଓଡିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ. ଆରମବ୍ରହ୍ମାଙ୍କ ଆଜି ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଖବର ଜଣାପଡିଛି। ଖବରରୁ ଜଣା ପଡିଛି ଯେ, ଓଡିଶାର କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ଆରାମବ୍ରହ୍ମ କୋବିଦ ସଂକ୍ରମଣ ହେତୁ ସେ କର୍କଟ ରୋଗରେ ସଂକ୍ରମିତ ଗତ ୧୨ ଜୁଲାଇ ଠାରୁ ହାଇଦ୍ରାବାଦ ସ୍ଥିତ ଇଣ୍ଡୋ ଆମେରିକା ହସ୍ପିଟାଲରେ ଚିକିତ୍ସତ ହୋଇ ଆସୁଥିଲେ। ସେ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ୦୬.୧୨.୨୦୧୯ ରେ ପ୍ରଫେସର ଭାବରେ ଯୋଗ ଦେଇଥିଲେ। ମୃତ୍ୟୁ ସମୟରେ ତାଙ୍କର ଧର୍ମପତ୍ନୀ ସହ ପରିବାରର ସମସ୍ତ ସଦସ୍ୟ ଡାକ୍ତରଖାନାରେ ଉପସ୍ଥିତ ଥିଲେ। ଏହାକୁ ନେଇ ଆଜି କୋରାପୁଟ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଉପ କୁଳପତି (ଆଇ/ସି) ପ୍ରଫେସର ଶରତ କୁମାର ପଲିତାଙ୍କ ଅଧକ୍ଷ୍ୟତାରେ ବିଦ୍ୟାପ୍ରାପ୍ତ ଆତ୍ମାଙ୍କୁ ସମ୍ମାନାର୍ଥେ ଏକ ସମବେଦନା ସଭା ଆୟୋଜିତ ହୋଇଥିଲା। ସେଥିରେ ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ। ତାଙ୍କ ସମ୍ମାନାର୍ଥେ ବିଶ୍ୱ ବିଦ୍ୟାଳୟର ପତାକାକୁ ଅଧାରେ ରଖାଯାଇଥିଲା।