ବ୍ୟିୁଟି ପାର୍ଲର ସଂଘର ବୈଠକ: ଆଗାମୀ ଦିନରେ ଲକଡାଉନ୍ ହେଲେ କରାଯିବ ବିରୋଧ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଠାରେ ଜିମ୍ ଓ ବ୍ୟିୁଟି ପାର୍ଲର ସଂଘର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉଦିତ କୁମାର ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପାର୍ଲର ସଂଘର ସଦସ୍ୟମାନେ ଲକଡାଉନ ଓ ସଟଡାଉନ ସମୟର କାରୁଣ୍ୟ ଦୁଃଖ ବର୍ଣ୍ଣନା କରିଥିଲେ । କୈାଶିକ ଠାକୁରଙ୍କ ଠାରୁ ଆରମ୍ଭ କରି ସନ୍ତୋଷ ଶତପଥି, ରଂଜନା ଉପାଧ୍ୟୟ, ଶ୍ୱେତା ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ଦେଇ ସରକାର ପ୍ରଥମେ ଲକଡାଉନର ନିଶା ପରିହାର କରନ୍ତୁ ବୋଲି କହିଥିଲେ । କରୋନା ସମୟରେ ଘରଭଡା ଦେଇ ନ ପାରିବା, ଘର ମାଲିକ ଘରୁ ତଡିଦେବା, ବ୍ୟାଙ୍କ ଲୋନ, ଇଏମଆଇ ଦେଇ ନ ପାରିବା, ଖୋଲା ସାମଗ୍ରୀ ନଷ୍ଟ ହେବା, ପିଲାଙ୍କ ପାଠ ପଢା ବ୍ୟାଘାତ ଓ ଅଭାବରେ ପରିବାର ଭାଙ୍ଗିଯିବା ଭଳି ଅଭାବନୀୟ ଘଟଣାର ବର୍ଣ୍ଣନା କରିଥିଲେ । ସରକାର ଦୟାକରି କରୋନା ବାହାନାରେ ଲକଡାଉନ, ସଟଡାଉନ କରି ଆମ ପରିବାର ଓ ସଂସାର ଉଜାଡନ୍ତୁ ନାହିଁ ବୋଲି ସେମାନେ କହିଥିଲେ । ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ କୃଷ୍ଣ ଉତେଜିତ କରୁଥିଲେ ଏବେ ଲକଡାଉନ, ସଟଡାଉନ ଆମ ସମସ୍ତଙ୍କୁ ଏକାଠି କରିଛି । କେବଳ ଆମର ସଂଗଠିତ ମନୋଭାବ ଅଭାବରୁ ସରକାର ନ ବୁଝି ନ ବିଚାରି ଆମକୁ ପାତିମାଙ୍କଡ ଭଳି ନଚାଉଛନ୍ତି । ଯୁବ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଳୀ କହିଲେ ଯେ, ସମ୍ବିଧାନର ଧାରା ୨୧ଅନୁସାରେ ସମସ୍ତଙ୍କର ବଂଚିବାର ଅଧିକାର ଅଛି ଓ ସରକାର ଯଦି ଲୋକଙ୍କ ଜୀବିକା ଛଡାଇ ନେଉଛନ୍ତି ତେବେ ନିଶ୍ଚିତ ଭାବରେ ତାଙ୍କୁ ଜୀବିକା ସୁରକ୍ଷା ଭତା ଦେବାକୁ ପଡିବ । ଆମେ ଏଥିପାଇଁ ମାତ୍ର ୧୧୦୦କୋଟି ଟଙ୍କାର ଦାବି କରୁଛୁ । ଏହି ନେଇ ଆସନ୍ତା ଅଗଷ୍ଟ ୯ରେ ଦାବି ପୂରଣ ନେଇ ହେବାକୁ ଥିବା ବିକ୍ଷୋଭ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ପ୍ରିୟମ୍ବଦା ସ୍ୱାଇଁ, ରଂଜନା ଉପାଧ୍ୟୟ, ସୁନୀତା ଜେନା ପ୍ରମୁଖ ଦାବି କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନିକିତା ବୈଦ୍ୟ, ଭି. ଲକ୍ଷ୍ମୀ, ମମତା ପଣ୍ଡା, ସିବାନୀ ପାଲକ୍‌, ଗୀତାଂଜଳି ସାହୁ, ସୁପ୍ରିୟା ରାଣୀ ସରକାର, ଅନୀତା ଦେ, ଟି.ପଦ୍ମା ଜି.ମାଧବୀ, ବନ୍ଦନା ଯୋଶୀ, ସସ୍ମିତା ପଣ୍ଡା, ଗାୟତ୍ରୀ ନାୟକ, ଶ୍ରାବଣୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏକ ୯ଜଣିଆ ଟିମ୍ ଗଠନ କରାଯାଇ ଆନ୍ଦୋଳନ ସଫଳ କରିବା ପାଇଁ ସୁନୀତା ଜେନା, ସୁପ୍ରିୟା ସରକାର , ଗାୟତ୍ରୀ ନାୟକ, ଏନ.ଗୈାରୀ, ଅନୀତା ଦେ, ଶ୍ୱେତା ପଟ୍ଟନାୟକ, ସନ୍ତୋଷ ଶତପଥି, ଉଦତ ଶତପଥୀ ଓ କୈାଶିକ ଠାକୁର ପ୍ରମୁଖଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.