ତ୍ରିଧାରା ସାହିତ୍ୟ ସଂସଦ ତରଫରୁ କବିତା ଆସର ଅନୁଷ୍ଠିତ

କୋରାପୁଟ/ବ୍ରହ୍ମପୁର, (ତ୍ରିନାଥ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ତ୍ରିଧାରା ସାହିତ୍ୟ ସଂସଦ ତରଫରୁ ମାସିକ ସାହିତ୍ୟ ଆସର ଗୁଗୁଲ ମିଟ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି। ଏହି ପରିପ୍ରେକ୍ଷୀରେ ସାହିତ୍ୟ ସଂସଦ ତରଫରୁ ବିଭିନ୍ନ କବି ଏବଂ କବୟିତ୍ରୀ ଯୋଗଦାନ କରି ସ୍ବ ରଚିତ କବିତା ପାଠ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ଇଂ ସଞ୍ଜୟ କୁମାର ପଣ୍ଡା ସଦସ୍ୟ ଓଡିଶା ସାହିତ୍ୟ ଏକାଡ଼େମୀ, ସମ୍ମାନିତ ଅତିଥି ଭାବେ ଶ୍ରୀ ଶାନ୍ତନୁ ସୁନା ଅଧ୍ୟାପକ ଓଡ଼ିଆ ବିଭାଗ ଖଲ୍ଲିକୋଟ କନିଷ୍ଠ ମହାବିଦ୍ୟାଳୟ ବ୍ରହ୍ମପୁର, ସଭାପତି ବିଘ୍ନେଶ୍ୱର ସାହୁ କାର୍ଯ୍ୟନିର୍ବାହୀ ସମ୍ପାଦକ ପାକ୍ଷିକ ପତ୍ରିକା ସମଦୃଷ୍ଟି, ଅନୁଷ୍ଠାନର ସମ୍ପାଦକ ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସହ ସମ୍ପାଦକ ଲୋକନାଥ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସହ ସଂପାଦିକା ସୌଦାମିନୀ ମିଶ୍ର କବିତା ସଂଯୋଜନା କରିଥିଲେ। ଏହି ଆସରରେ ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫୦ ରୁ ଉର୍ଦ୍ଧ କବି ଏବଂ କବୟିତ୍ରୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ପରିଶେଷରେ ଆସରରେ ଭାଗ ନେଇଥିବା ସମସ୍ତ କବି ଏବଂ କବୟିତ୍ରୀଙ୍କୁ ସହ ସମ୍ପାଦିକା ବନ୍ଦନା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.