ରାୟଗଡ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକଙ୍କ ବିଷମ କଟକ ବ୍ଳକ ଗସ୍ତ

ଗୁଣୁପୁର, (ଦିଲୀପ କୁମାର ପଣ୍ଡା): ରାୟଗଡ ବିଜେଡିର ନବ ନିଯୁକ୍ତ ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ବିଷମ କଟକ ବ୍ଳକ ଗସ୍ତ କରିଛନ୍ତି। ଏହି ଅବସରରେ ବିଷମ କଟକ ଠାରେ ଗୁଣୁପୁର ବ୍ଲକ, ବିଷମ କଟକ ବ୍ଳକ, ମୁନିଗଡା ବ୍ଲକ, କଲ୍ୟାଣ ସିଂ ପୁର ବ୍ଲକ, ଏବଂ କୋଲନରା ବ୍ଲକର ସମସ୍ତ ଦଳୀୟ କର୍ମୀମାନେ ଯୋଗଦେଇଥିଲେ। ରାୟଗଡ ଜିଲ୍ଲା ବିଜେଡି ସଭାପତି ସୁଧୀର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ଅତୁନ ସବ୍ୟସାଚୀ ନାୟକ, ମୁଖ୍ୟ ବକ୍ତା ଭାବେ ମନ୍ତ୍ରୀ ଜଗନ୍ନାଥ ସାରାକା, ଗୁଣୁପୁର ବିଧାୟକ ରଘୁନାଥ ଗୋମଙ୍ଗ, ପୂର୍ବତନ କୋରାପୁଟ ସାଂସଦ ଝିନ ହିକକା ସମେତ ସହ ପର୍ଯ୍ୟବେକ୍ଷକ, ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ, ରାଜ୍ୟ ଖୋଦି ବୋର୍ଡ ସଦସ୍ୟ ପୃଥିରାଜ ସାହୁ, ବରିଷ୍ଠ ବିଜେଡି ନେତା ନାନୁ ପଣ୍ଡା, ଢ଼ମ୍ବୁରୁ, ଡି ଶିବ ପ୍ରସାଦ, ବିଷମ କଟକ ବ୍ଲକ ଅଧ୍ୟକ୍ଷ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu


ଆଗାମୀ ଦିନରେ ଦଳକୁ ଅଧିକ ମଜବୁତ କରିବା ପାଇଁ କର୍ମୀ ଓ ନେତା ସମସ୍ତେ ପରିଶ୍ରମ କରି ବିଜୁ ଜନତା ଦଳ କୁ ଶକ୍ତି ଶାଳୀ କରିବା ସହ ସମସ୍ତେ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ବିଜୟ ହାସଲ ପାଇଁ ବୈଠକରେ ସଂକଳ୍ପ ଗ୍ରହଣ କରାଯାଇଛି। ଜିଲ୍ଲା ପର୍ଯ୍ୟବେକ୍ଷକ ସମସ୍ତ ବିଷୟ ଜିଲ୍ଲା ସଭାପତି, ସ୍ଥାନୀୟ ମନ୍ତ୍ରୀ, ଏବଂ ବିଧାୟକଙ୍କ ସହ ଆଲୋଚନା କରି ରାଜ୍ୟ ସଭାପତିଙ୍କୁ ଅବଗତ କରାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.