କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡିର ଅଗ୍ରଣୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଓଡ଼ିଶା ସରକାରଙ୍କ ସହଯୋଗରେ ମ. ରାମପୁରର ୧୦ ଜଣ ଅଙ୍ଗନୱାଡ଼ି କର୍ମୀ ଓ ୧୦ ଜଣ ୱାର୍ଡ ମେମ୍ବର/ ନାଏବସରପଞ୍ଚଙ୍କୁ ନେଇ ଏକ ତିନି ଦିନିଆ ତାଲିମ ଶିବିର ଆଜି ଆରମ୍ଭ ହେଇ ଯାଇଛି। ମ. ରାମପୁରର ମହାଶକ୍ତି ସମ୍ମିଳନୀ ଗୃହରେ ଏହି ତାମିଲ ଅନୁଷ୍ଠିତ ହେଇ ଥିବା ବେଳେ ସାଧନ କର୍ମୀ ଶ୍ରୀ ନିରାକାର ଦାସ ଓ ଜିତେନ୍ଦ୍ର ସା ଯୋଗ ଦେଇଥିଲେ। ସଂଯୋଜନା ପ୍ରକାଶ ଚନ୍ଦ୍ର ସାହୁ କରିଥିବା ବେଳେ ସହଯୋଗ କରିଥିଲେ ଯତୀଶ ନାୟକ, ମମିତା ପୁଝାରୀ, ବଂଶୀ ରଣା ପ୍ରମୁଖ।