ଲାଞ୍ଜିଗତ ବ୍ଳକ ଏକ୍ସ କ୍ୟାଡର ଶିକ୍ଷକଙ୍କ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ଲାଞ୍ଜିଗଡ଼: ବିଶ୍ୱନାଥପୁର ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଲାଞ୍ଜିଗଡ଼ ବ୍ଲକ ଏକ୍ସ କ୍ୟାଡର ଶିକ୍ଷକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ପୂର୍ବତନ ସଭାପତି ସରୋଜ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ ବୈଠକରେ ପୂର୍ବତନ ସଭାପତି ସରୋଜ ସାହୁଙ୍କୁ ଏବଂ ସମ୍ପାଦକ ରଘୁମଣି ବେହେରାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ସହିତ ନୂତନ ସଭାପତି ଏବଂ ସମ୍ପାଦକ ଚୟନ କରାଯାଇଥିଲା। ନୂତନ ସଭାପତି ଭାବେ ଦିଲ୍ଲୀପ କୁମାର ପରିଛା, ଉପ ସଭାପତି ଥବିର ଦୋରା, ସଂପାଦକ ଦାମୋଦର ସା, ସହ ସଂପାଦକ ଦିଲ୍ଲୀପ କୁମାର ମହାରଣା, କୋଷାଧ୍ୟକ୍ଷ ରଞ୍ଜିତ କୁମାର ରାୟ, ସହ କୋଷାଧ୍ୟକ୍ଷ ତପନ କୁମାର ସାମଲଙ୍କୁ ଚୟନ କରାଯାଇଥିଲା।ସେହିଭଳି ଉପଦେଷ୍ଟା ମଣ୍ଡଳୀରେ ପ୍ରବୀଣ କୁମାର ରାଉତ, ଦନାର୍ଦ୍ଧନ ମିଶ୍ର, ହିମାଂଶୁ ଶେଖର ମେହେର, ଗୌତମ ଦଣ୍ଡସେନା, ସରୋଜ ସାହୁ, ଲୋକନାଥ ହରିଜନ, ହେମ ସାଗର ପ୍ରଧାନୀ, ମନୋଜ କୁମାର ମହାଖୁଡ଼ଙ୍କୁ ଚୟନ କରାଯାଇଛି।ବୈଠକରେ ସଂଘର ସଭ୍ୟମାନେ ନୂତନ ସଭାପତି ଦିଲ୍ଲୀପ କୁମାର ପରିଛାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲ। ପ୍ରବିଣ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ନୂତନ ସଭାପତି ଶ୍ରୀ ପରିଛା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ବହୁ ସଂଖ୍ୟକ ଏକ୍ସ କ୍ୟାଡର ଶିକ୍ଷକ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.