ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଶିଶୁ କବିତା ଆସର

ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଶିଶୁ କବିତା ଆସର ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ସୁପରିଚାଳନା, ମୁଖ୍ୟ ମାର୍ଗଦର୍ଶକ ସଞ୍ଜୟ କୁମାର ସାହୁଙ୍କ ସଞ୍ଚାଳନ ଓ ରଞ୍ଜନ କୁମାର ମହାନ୍ତି, ରୀତା ଅପରାଜିତା ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଭର୍ଚୁଆଲ ସଭାରେ ବଲାଙ୍ଗୀର ଜିଲ୍ଲାର ସାରସ୍ୱତ ସାଧକ ତଥା ସାହିତ୍ୟିକ କବି ବନ୍ଧୁ ପରିବାରର ସଭାପତି ଦେବେନ୍ଦ୍ର କୁମାର ନାଏକ ପ୍ରତିଭା ପୂଜା କ୍ଷେତ୍ରରେ ବଡ଼ ସାନ, ଧନୀଗରିବର ଭେଦଭାବ ନ ରଖି ପ୍ରତିଭାଙ୍କୁ ପୂଜା କରିବା ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିବା ସହ ଆସରର ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କୁ ସଭାପତିତ୍ୱ କରିବା ପାଇଁ ଆମନ୍ତ୍ରଣ କରିଥିଲେ। ପ୍ରଫୁଲ୍ଲ କୁମାର ଦାସ ରୁଦ୍ରରୂପା ବ୍ରହ୍ମାଙ୍କର ଉତ୍ତରୋତ୍ତର ଉନ୍ନତି ପାଇଁ ଶୁଭାଶିଷ ଦେବା ସହ ବିନୋଦିନୀ ଦାଶଙ୍କୁ ଆସରର ଆଭିମୁଖ୍ୟ ରଖିବା ପାଇଁ ଆମନ୍ତ୍ରଣ କରିଥିଲେ ଓ ମୁଖ୍ୟ ଆକର୍ଷଣ କୁନି ଅତିଥିଙ୍କୁ ସୁସ୍ଵାଗତ ଜଣାଇ ବକ୍ତବ୍ୟ ରଖିବା ପାଇଁ କହିଥିଲେ। ଏହି କବିତା ଆସରର ମୁଖ୍ୟ ଆକର୍ଷଣ ଶିଶୁକବି ରୁଦ୍ରରୂପା ବ୍ରହ୍ମା ଖୁବ୍ ସୁନ୍ଦର ବକ୍ତବ୍ୟ ସହ ତାଙ୍କ ପାଇଁ ଏତେ ସୁନ୍ଦର ଆୟୋଜନ ତଥା ଏତେ ଶୁଭାଶିର୍ବାଦ ରହିଛି ସର୍ବଦା ରହିଥାଉ ବୋଲି କହିଥିଲେ। ଅନୁଷ୍ଠାନର ଉପଦେଷ୍ଟା ବିଶ୍ଵେଶ୍ଵର ମାଝୀଙ୍କର କାବ୍ୟିକ ଶୁଭେଚ୍ଛା ବାର୍ତ୍ତା ଓ ଅରୁଣ କୁମାର ମହାପାତ୍ରଙ୍କ ଶୁଭେଚ୍ଛା ବାର୍ତ୍ତାରେ ଅତି ଖୁସି ହୋଇଥିଲେ କୁନି କବି ରୁଦ୍ରରୂପା।

ଶେଷରେ ଏକ ଶିଶୁ କବିତା ଆସର ଅନୁଷ୍ଠିତ ହୋଇଥିଲା । ଉକ୍ତ ଆସରରେ ଅନୁଗୁଳରୁ ନନ୍ଦିନୀ ରାଉତ, ସୁବ୍ରତ କୁମାର ପ୍ରଧାନ, ପୁରୀରୁ ବୈଜୟନ୍ତୀ ସାହୁ,ଜନରଞ୍ଜନ ପ୍ରଧାନ, ବଲାଙ୍ଗୀରରୁ ପୂର୍ଣ୍ଣ ଚନ୍ଦ୍ର ମେହେର, ଦେବେନ୍ଦ୍ର କୁମାର ନାଏକ, ଅକ୍ଷୟ କୁମାର ମହାପାତ୍ର, ନିରଞ୍ଜନ କରଣ,ସବିଶ୍ଵେଶ୍ଵର ମାଝୀ, ରୀତା ଅପରାଜିତା ମହାନ୍ତି, ବିନୋଦିନୀ ଦାଶ, ବିଦ୍ୟୁତପ୍ରଭା ମିଶ୍ର, ଶୁଭ୍ରାଂଶୁ ଶେଖର ମାହୁନ୍ତ, ଜୁମରନାଥ ପାତ୍ର, ରତ୍ନାକର ସିଂହ, ସମର ବଲ୍ଲଭ ଭୋଇ, ସ୍ନିଗ୍ଧା ସାମନ୍ତରାୟ, ରାଜେଶ୍ଵରୀ ପଣ୍ଡା, ଶାନ୍ତିଲତା ପଣ୍ଡା, ବୈଜ୍ଞାନିକ ଅଧିକାରୀ ଅରୁଣ କୁମାର ମହାପାତ୍ର, ହରେରାମ ଦାଶ,ଶର୍ମିଷ୍ଠା ପଲାଇ, ଗୀତାରାଣୀ ପୁରୀ, ଶ୍ରଦ୍ଧେୟ କାଳିକୁମାର, ରଞ୍ଜନ କୁମାର ମହାନ୍ତି, ପ୍ରଣତି ମହାପାତ୍ର, ରତିନାରାୟଣ ରାଉତ, ଭରତ ଚରଣ ବେହେରା, ଶରତଚନ୍ଦ୍ର ପଣ୍ଡା, ରଞ୍ଜନ କୁମାର ବ୍ରହ୍ମା, ତପନ କୁମାର ବିଶ୍ଵାଳ ଙ୍କ ଭଳି ସାରା ଓଡ଼ିଶାର ଆହୁରି ଅନେକ କବି କବ୍ୟୟିତ୍ରୀ ଶିଶୁକବି ରୁଦ୍ରରୂପା ବ୍ରହ୍ମାଙ୍କୁ ଆଶୀର୍ବାଦ ଦେଇ କବିତା ପାଠ କରିଥିଲେ।ସଶେଷରେ ସଭାପତି ଦେବେନ୍ଦ୍ର କୁମାର ନାଏକ ଧନ୍ୟବାଦ ଦେଇଥିଲେ ଓ ଗୀତାରାଣୀ ପୁରୀ ଶାନ୍ତିପାଠ କରି ସଭାସାଙ୍ଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.