ରେଳ ଷ୍ଟେସନ ଠାରେ ରାୟଗଡ ଅଗ୍ନିଶମ କେନ୍ଦ୍ର ପକ୍ଷରୁ ମକଡ୍ରିଲ ପ୍ରଦର୍ଶନ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଅଗ୍ନିଶମ କେନ୍ଦ୍ର ପକ୍ଷରୁ ନିଆଁଜନୀତ ଦୁର୍ଘଟଣାକୁ କିପରି ନିର୍ବାପନ କରାଯିବ ସେ ନେଇ ଏକ ମକଡ୍ରିଲ ଆଜି ରେଳବାଇ ଷ୍ଟେସନ ସମ୍ମୁଖ ରିକ୍ସା ଷ୍ଟାଣ୍ଡ ଠାରେ ପ୍ରଦର୍ଶିତ ହୋଇଥିଲା । ଏହି ମକଡ୍ରିଲରେ ରେଳବାଇ ପୋଲିସ ସୁରକ୍ଷା ବଳ (ଆରପିଏଫ), ସରକାରୀ ରେଳବାଇ ପୋଲିସ (ଜିଆରପିଏସ)ଙ୍କ ସମେତ ସିଏନଡବ୍ଳ୍ୟୁ ଷ୍ଟାଫ୍‌, ରେଳବାଇ ଅଧିକାରୀ ଓ କର୍ମଚାରୀ ଏବଂ ସାଧାରଣ ଜନତା ପ୍ରମୁଖ ଉପସ୍ଥିତ ରହିଥିଲେ । ଅଗ୍ନିଶମ କେନ୍ଦ୍ରର ହାବିଲଦାର ତଥା ମୁଖ୍ୟ ଆଗ୍ନିକ ୱାଇ.ହୃଷିକେଶ ଅଙ୍ଗାରଜାତୀୟ, ତୈଳ ଓ ଗ୍ୟାସଜାତୀୟ ନିଆଁ ଲିଭା ପ୍ରଣାଳୀ ଉପରେ ମକଡ୍ରିଲ୍ ପ୍ରଦର୍ଶିତ କରିବା ସହ ନିଆର ପ୍ରକାର ଭେଦ ଉପରେ ଆଲୋକପାତ କରାଇଥିଲେ ।

Omkar Vasthu
Omkar Vasthu


ଏହି କାର୍ଯ୍ୟକ୍ରମରେ ଆରପିଏଫ ଥାନା ଅଧିକାରୀ ଶ୍ରୀ ପଙ୍କଜ,ଜିଆରପିଏସ ଡିଏସପି ଦେବେନ୍ଦ୍ରନାଥ ପେଙ୍ଗୁଆ, ଜିଆରପି ଥାନ ଅଧିକାରୀ ସନ୍ତୋଷ କୁମାର ମିର୍ଦ୍ଦା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଅଗ୍ନିଶମ କେନ୍ଦ୍ରର ଆଗ୍ନିକ ରମାକାନ୍ତ ବେହେରା, ଜି.ଇଶ୍ୱର ରାଓ,ଅନୀଲ ସେଠୀ ଓ ରାକେଶ କୁମାର ସେଠୀ ପ୍ରମୁଖ ମକଡ୍ରିଲରେ ଅଂଶଗ୍ରହଣ କରିଥିଲେ । ଅଗ୍ନିଶମ କେନ୍ଦ୍ର ପକ୍ଷରୁ ପ୍ରଦର୍ଶତ ମକଡ୍ରିଲକୁ ଦେଖିବା ପରେ ରେଳବାଇ ଅଂଚଳରେ କେଉଁ ସ୍ଥାନରେ ନିଆ ଲାଗିଲେ ମଧ୍ୟ ଧେର୍ଯ୍ୟ ଓ ସାହସିକତା ସହ ନିଆଲିଭା ପ୍ରଣାଳୀ ପ୍ରକାରେ ନିଆଁକୁ ଆୟତ କରି ଧନଜୀବନ ରକ୍ଷା କରିବା ପାଇଁ ସମସ୍ତେ ଆଗେଇ ଆସିବୁ ବୋଲି ଜିଆରପିଏସ ଓ ଆରପିଏଫ ପୋଲିସ ପକ୍ଷରୁ ପ୍ରକାଶ କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.