କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଖଲିଆକାନି-କଟିଆପଡା ୧୨.୨ କି.ମି. ଦୂରତା ବିଶିଷ୍ଟ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପାଖାପାଖି ଏକ କୋଟି ୬୩ ଲକ୍ଷ ହିସାବର ୧ କୋଟି ୨୨ ଲକ୍ଷ ୭୭ ହଜାର ୯୮ ଟଙ୍କାର ଚୁକ୍ତିନାମା ହୋଇଥିବା ରାସ୍ତା କାମ ଅତି ନିମ୍ନ ମାନର ହୋଇଥିବା ନେଇ ୪ ଜଣଙ୍କ ନାମରେ ଦୁର୍ନୀତି ବିରୋଧି ମହାସଂଘର ଆବାହକ ବିନ୍ଦୁ ମହାନନ୍ଦ ମାନ୍ୟବର ଲୋକାୟୁକ୍ତ ନିକଟରେ ଗତ ୨୮ ଜୁନ ୨୦୨୧ ଦିନ ଅଭିଯୋଗ କରିଥିଲେ । କେସର ପ୍ରଥମ ଅଭିଯୋଗକାରୀ ଶ୍ରୀ ମହାନନ୍ଦ ଓ ଦ୍ବିତୀୟ ଅଭିଯୋଗକାରୀ ଘାଶିରାମ ଜଗତଙ୍କୁ ଗତ ୪ ଅଗଷ୍ଟରେ ଲୋକାୟୁକ୍ତରେ ହାଜର ହେବା ପାଇଁ ମାନ୍ୟବର ଲୋକାୟୁକ୍ତ ଚିଠି କରିବାରୁ ଦୁଇ ଜଣ ଅଭିଯୋଗକାରୀ ଲୋକାୟୁକ୍ତରେ ହାଜର ହୋଇ କେମିତି ନିମ୍ନ ମାନର କାମ ହୋଇଛି ସେ ବିଷୟରେ ପକ୍ଷ ରଖିଥିଲେ । ମାନ୍ୟବର ଲୋକାୟୁକ୍ତ ଅଭିଯୋଗକାରୀ ପକ୍ଷରୁ ଶୁଣି ଆସନ୍ତା ୭ ଅକ୍ଟୋବର ମଧ୍ୟରେ ତଦନ୍ତ କରି ତଦନ୍ତ ରିପୋର୍ଟ୍ ଦାଖଲ କରିବାକୁ ଓଡିଶା ଭିଜିଲାନ୍ସ କଟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ରାସ୍ତା ଭଲି ଅନ୍ୟାନ୍ୟ ରାସ୍ତା ମଧ୍ୟ ନିମ୍ନ ମାନର କାମ ହୋଇଥିବା ଶୁଣିବାକୁ ମିଳୁଛି ଓ ନିମ୍ନ ମାନର ସମସ୍ତ କାମର ଅଭିଯୋଗ କରିବୁ ବୋଲି ଶ୍ରୀ ମହାନନ୍ଦ ପ୍ରକାଶ କରିଛନ୍ତି ।