କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କେନ୍ଦ୍ର ରେଳ, ଯୋଗାଯୋଗ, ପ୍ରସାରଣ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜନ ଆଶୀର୍ବାଦ ଯାତ୍ରାରେ ଗତକାଲି କୋରାପୁଟ ଜିଲ୍ଲାର ବିଭିନ୍ନ ସହର ଓ ଗ୍ରାମ ଗସ୍ତ କରିବା ପରେ କୋରାପୁଟ ସର୍କିଟ ହାଉସ ଠାରେ ରାତ୍ରିଯାପନ କରିଥିଲେ। ଆଜି ଜନ ଆଶୀର୍ବାଦ ଯାତ୍ରା ପୂର୍ବରୁ ସେ କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ। ମନ୍ଦିରରେ ପହଂଚିବା ପରେ ସେ ଅବସରପ୍ରାପ୍ତ ଶିକ୍ଷକ ଉମାକାନ୍ତ ଦାଶଙ୍କୁ ସାକ୍ଷାତ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ଜଗନ୍ନାଥଙ୍କ କୃପା ଲଭି ମନ୍ତ୍ରୀ ଶ୍ରୀ ବୈଷ୍ଣବ ତାଙ୍କର ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଥିଲେ। ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସମ୍ପାଦକ ଗଦାଧର ପରିଡା, ସଦସ୍ୟ ଅଜିତ ପାତ୍ର, ଜଗବନ୍ଧୁ ସାମଲ, ପି. ସି ମହାପାତ୍ର, ସୁଧାକର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ସ୍ବାଗତ କରିଥିଲେ। ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସମ୍ପାଦକ ଗୋଲକ ମହାପାତ୍ର, ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ର, ମହୀପାଳ ସିଂ, ଚନ୍ଦ୍ରଶେଖର ରଥ, ବିଧାୟକ ପ୍ରାର୍ଥୀ ତ୍ରିପୁରାରୀ ଗରଡା, ନଗର ସଭାପତି ବିଜୟ କୁମାର ଦଳେଇ ପ୍ରମୁଖ ମନ୍ଦିର ପରିଦର୍ଶନ କରିଥିଲେ।