ମାଲକାନଗିରି: ମାଲକାନଗିରି ଜିଲ୍ଲାର ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ଆଭାସୀ ମାଧ୍ୟମରେ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଆ ସାହିତ୍ୟରେ ଚହଳ ପକେଇଥିବା ମାଟିର କନ୍ୟା ତଥା ମାଟିଲଗ୍ନାକୁ ସ୍ନେହ ମମତାରେ ନିଜର ସାରସ୍ୱତ ରୁଚିକୁ ପ୍ରସାରିତ କରିବାରେ ଅଦ୍ଭୁତପୂର୍ବ ଭୂମିକା ନିର୍ବାହ କରିଥିବାରୁ ଏହି ସାହିତ୍ୟିକ କବି ଏବଂ କବୟିତ୍ରୀଙ୍କୁ ‘ମାଟିଲଗ୍ନା ଶ୍ରୀ’ ଉପାଧିରେ ଭୂଷିତ କରାଯାଇଅଛି। ଭାଷା ସାହିତ୍ୟ ପ୍ରତି ସମର୍ପିତ ସାରସ୍ୱତ ସ୍ରଷ୍ଟାଗଣକୁ ସମ୍ବର୍ଦ୍ଧିତ କରିବା ପାଇଁ ଆଜି ଅନୁଷ୍ଠାନର ସଭାପତି କିଶୋର ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନତରେ ବିଧିବଦ୍ଧ ଭାବେ ଏହି ପର୍ବ ଅନୁଷ୍ଠିତ ହୋଇଥିଲା। ଆଭାସୀ କାର୍ଯ୍ୟକ୍ରମରେ ସାହିତ୍ୟିକ ଭଦ୍ରକରୁ କବୟିତ୍ରୀ ନିରୁପମା ପାଣି, ସେମିଲିଗୁଡାରୁ କବି ବଂଶୀଧର ମହାରଣା, ଅନୁଗୋଳରୁ ଚତୁର୍ଭୁଜ ସାହୁ, କଟକରୁ କବୟିତ୍ରୀ ଦମୟନ୍ତୀ ରଥ, କେନ୍ଦୁଝରରୁ ରତିନାରାୟଣ ରାଉତ, କେନ୍ଦ୍ରାପଡାରୁ କବୟିତ୍ରୀ ଇତିଶ୍ରୀ ମହାନ୍ତି, କଟକରୁ କବି ପ୍ରଦୀପ୍ତ ଆଚାର୍ଯ୍ୟ, କବୟତ୍ରୀ ଛବିନା ବାଳା ସେନାପତି, କନ୍ଧମାଳରୁ କବୟତ୍ରୀ ପ୍ରଭାତୀ ସାହୁ, ଦିଲ୍ଲୀରୁ କବି ଅକ୍ଷୟ କୁମାର ରାଉତ, କୋରାପୁଟରୁ କବି ତ୍ରିନାଥ ପଟ୍ଟନାୟକ, ରାଉରକେଲାରୁ କବି କୁଞ୍ଜବିହାରୀ ରାଉତ, ଖଣ୍ଡଗିରିରୁ କବି ଗଙ୍ଗୋତ୍ରୀ ପ୍ରିୟଦର୍ଶିନୀ, ଚିକିଟିରୁ କବି ତ୍ରିପତି ପ୍ରଧାନ ପ୍ରମୁଖ ରାଜ୍ୟସ୍ତରୀୟ ମାଟିଲଗ୍ନାଶ୍ରୀ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି।