ଶୋଷିଆ ଗ୍ରାମରେ ପହଞ୍ଚିଲେ ପ୍ରାଣୀ ଚିକିତ୍ସା ସ୍ବତନ୍ତ୍ର ଡାକ୍ତରୀ ଦଳ

କଳାହାଣ୍ଡି, ୨୪|୮ (ସୁଶାନ୍ତ କୁମାର ଦଳେଇ) : ଗୋଲାମୁଣ୍ଡା ବ୍ଲକ ଅଧିନ ଶୋଷିଆ ଗ୍ରାମରେ ଗୋଲାମୁଣ୍ଡା ଓ ଭବାନୀପାଟଣା ପ୍ରାଣୀ ଚିକିତ୍ସା ବିଭାଗର ମିଳିତରେ ଏକ ଡାକ୍ତରୀ ଦଳ ଶୋଷିଆ ଗ୍ରାମରେ ଥିବା ଗାଈ ବାଛୁରୀ ବଳଦ ମାନଙ୍କ ରକ୍ତ ସଂଗହ କରିଛନ୍ତି । ଗାଈ ମାଲିକ ମାନଙ୍କ ଅଭିଯୋଗକ୍ରମେ ଓଡ଼ିଆବାର୍ତ୍ତା ସମେତ ବିଭିନ୍ନ ଖବରକାଗଜରେ ଶୋଷିଆ ଗ୍ରାମର ଗାଈ ଗୋରୁ ମାନଙ୍କୁ ଅଜଣା ରୋଗ ବ୍ୟାପି ଗାଈ ବାଛୁରୀ ବଳଦ ମାନଙ୍କ ମୃତ୍ୟୁ ବିଷୟରେ ଖବର ପ୍ରସାରଣ ହେବା ପରେ ସୋମବାର ଜିଲ୍ଲା ପ୍ରାଣୀ ଚିକିତ୍ସକ ଦଳ ତତ୍ପରତା ଦେଖାଇଛନ୍ତି । ଭବାନୀପାଟଣା ଏଡିଭିଓ ଡି ସି ଡ଼ା. ଦୟା ସାଗର ଦୁରିଆଙ୍କ ନେତୃତ୍ୱରେ ଗୋଲାମୁଣ୍ଡା ବିଭିଓ ଭୁବନ ମୋହନ ସାହୁ, ଆରଆଇଓସିଆଇଏଲ ଭବାନୀପାଟଣା ସ୍ପେଶାଲିଷ୍ଟ ଡ଼. ସୁଶ୍ରୀ ସଙ୍ଗୀତା ମହାପାତ୍ର ,ଏଭିଏସ ନେତ୍ର ପ୍ରକାଶ ଭାରତୀ, ଏଲଆଇ ପ୍ରଭାତ କୁମାର ପଣ୍ଡା ପହଞ୍ଚିବା ପରେ ଗାଈ ମାଲିକ ମାନଙ୍କୁ ପଚାରି ତାଙ୍କ ନାମ ଠିକଣା ସହ ୧୧ଗୋଟି ଗାଈ ଏବଂ ୧୦ଗୋଟି ବାଛୁରୀର ରକ୍ତ ନମୁନା ପରୀକ୍ଷା କରିବା ପାଇଁ ସଂଗ୍ରହ କରିଥିଲେ । ଏମାନଙ୍କ ପ୍ରାଥମିକ ରିପୋର୍ଟ ପଠାଯିବ ବୋଲି ଡାକ୍ତରୀ ଦଳ ସୂଚନା ଦେଇଥିବା ବେଳେ ଯେହେତୁ ଏହା ଭୁତାଣୁ ଜନିତ ରୋଗ ଅନ୍ୟ ମାନଙ୍କୁ ମଧ୍ୟ ଆକ୍ରମଣ କରିବ ତେଣୁ ଗାଈ ଗୋରୁ ମାନଙ୍କ ଯତ୍ନ କରିବା, ତାକୁ ଚିକିତ୍ସା କରିବା, ଠିକ ଭାବରେ ଯତ୍ନ ନେବା ପାଇଁ ଲୋକ ମାନଙ୍କ ମଧ୍ୟରେ ସଚେତନତା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.