କଳାହାଣ୍ଡି,୨୨/୨: ଜମ୍ମୁ-କାଶ୍ମୀର ପୁଲଓ୍ବାମାର ଅବନ୍ତୀପୁ୍ର ଠାରେ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କବାଦି ଆକ୍ରମଣରେ ୪୪ଜଣ ଯବାନ ସହିଦ୍ ହେବା ଘଟଣାକୁ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, ମାଣିକେଶ୍ବରୀ ମହିଳା ସଂଗଠନ ୧ ଓ ୨ ତଥା ବୁଢୀପଦର ଗ୍ରାମବାସୀଙ୍କ ପକ୍ଷରୁ ଘୋର ନିନ୍ଦା କରାଯିବା ସହ ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ସହିଦଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଗ୍ରାମବାସୀ ।
ଏହି ଆକ୍ରମଣରେ ୨ଜଣ ଓଡିଆ ପୁଅଙ୍କ ମୃତ୍ୟୁ ରାଜ୍ୟ ତଥା ବୁଢିପଦର ଗ୍ରାମବାସୀଙ୍କ ଭାବନାକୁ ମଧ୍ୟ ଆଘାତ ଦେଇଛି । ଅମର ସହିଦ ଯବାନ ଦେଶ ଜାତି ପାଇଁ ପ୍ରାଣ ଉତ୍ସର୍ଗ କରିଥିବା ବେଳେ ତାଙ୍କର ପରିବାରବର୍ଗଙ୍କ ଅନ୍ତର୍ବେଦନା ଓ ଦୂଃଖଦ ସ୍ଥିତି ସମୟରେ ସେମାନଙ୍କୁ ଗଭିର ସମାବେଦନା ଜଣାଇଛି ବୁଢୀପଦର ।
ଏହି କ୍ରମରେ ନର୍ଲା ବ୍ଲକ ଅନ୍ତର୍ଗତ ବୁଢିପଦର ଠାରେ ଗୁରୁବାର ରାତିରେ ପାକିସ୍ଥାନର ଆତଙ୍କବାଦ କାର୍ଯ୍ୟକଳାପକୁ ବିରୋଧ କରି ସଂକଳ୍ପ ଓ ଶ୍ରଦ୍ଧାଂଜଳି ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମର ଆବାଳ ବୃଦ୍ଧ ବନିତା ଏକ କେଣ୍ଡେଲ ଶୋଭା ଯାତ୍ରାରେ ବାହାରି ଗ୍ରାମ୍ୟ ପରିକ୍ରମାକରି ଛାପରପଡା ଛକରେ ପହଞ୍ଚିଥିଲେ ।
ଏହି କାର୍ଯ୍ୟକ୍ରମରେ ଶହିଦ ଯବାନମାନଙ୍କ ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ “ସହିଦ୍ ଯବାନ ଅମର ରହେ” , “ଭାରତ ମାତା କି ଜୟ”, “ବନ୍ଦେ ମାତରଂ” , “ପାକିସ୍ଥାନ ମୂର୍ଦାବାଦ” ଆଦି ନାରାବାଜି କରାଯାଇଥିଲା । ଆତଙ୍କବାଦୀଙ୍କୁ ପ୍ରଶୟ ଦେଉଥିବା ପାକିସ୍ତାନ ଉପରେ କଡା ଆଭିମୂଖ୍ୟ ଗ୍ରହଣ କରିବାସହ ୪୪ ଜଣ ସହିଦଙ୍କ ମୃତ୍ୟୁର ବଦଳା ପାଇଁ ପାକିସ୍ତାନ ତଥା ଆତଙ୍କବାଦିଙ୍କ ୪ହଜାର ମୁଣ୍ଡ ଗଡାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି ବୁଢିପଦର ଗ୍ରାମବାସୀ।
ଏହାସହ ଦେଶ ମାତୃକାର ସୁରକ୍ଷା ପାଇଁ ଏହି ଗାଁରୁ ଯୁବକ ମାନେ ବାହାରି ସୈନ୍ୟ ବାହିନୀରେ ଭର୍ତ୍ତି ହେବାର ଯୋଗ୍ୟତା ହାସଳ କରିବା ଉପରେ ବୟୋଜେଷ୍ଠ ନାଗରିକ ମାନେ ଯୁବ ସମାଜକୁ ଆହ୍ବାନ କରିଥିଲେ ।