‘ସାହିତ୍ୟ ସମ୍ପର୍କ ସ୍ଥାପନ କରି ଏକ ନୂଆ ପରିଚୟ ଦିଏ ଓ ଖୁସି ଆନନ୍ଦ ଆଣେ’

● ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ସାହିତ୍ୟ ଆଲୋଚନା ଚକ୍ର

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସାହିତ୍ୟିକ କବି ବନ୍ଧୁ ପରିବାରର ନିରନ୍ତର ଚାଲି ଆସୁଥିବା ଆଭାସୀ ଆସର ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏହି ଆସରରେ ମୁଖ୍ୟ ଅତିଥି ବରିଷ୍ଠ ପ୍ରବନ୍ଧକ ଇଂ ଭରତ ଚରଣ ବେହେରା ଯୁବସାହିତ୍ୟିକ ମାନଙ୍କ ପାଇଁ ଖୁବ୍ ସୁନ୍ଦର ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ। ସାହିତ୍ୟ ସମ୍ପର୍କ ସ୍ଥାପନ କରି ଏକ ନୂଆ ପରିଚୟ ଦିଏ ଓ ଖୁସି ଆନନ୍ଦ ଆଣେ ବୋଲି ସେ ଖୁବ୍ ସୁନ୍ଦର ଭାବରେ ସାହିତ୍ୟର ପରିଭାଷା ବର୍ଣ୍ଣନା କରିଥିଲେ।

Omkar Vasthu
Omkar Vasthu


ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଆସରରେ ଓମକାର ନାଦ ବିପିନ ବିହାରୀ ବାରିକ, ସଂଯୋଜନାରେ ରଞ୍ଜନ କୁମାର ମହାନ୍ତି, ସଭାପତି ଦେବେନ୍ଦ୍ର କୁମାର ନାଏକ ସମ୍ଭାଷଣ ରଖିଥିବା ବେଳେ ପ୍ରଣତି ମହାପାତ୍ର ଅତିଥି ପରିଚୟ ରଖିଥିଲେ। ନିରଞ୍ଜନ କରଣ ବହୁମୂଲ୍ୟ ମତାମତ ରଖିଥିଲେ। ରଞ୍ଜନ କୁମାର ମହାନ୍ତିଙ୍କ ସଂଯୋଜନାରେ ଓ ସଞ୍ଜୟ କୁମାର ସାହୁଙ୍କ ସଞ୍ଚାଳନରେ କବିତା ପାଠ ହୋଇଥିଲା। ଉକ୍ତ ଆସରରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୪୦ ରୁ ଉର୍ଦ୍ଧ୍ବ ବାଗ୍ମୀ ସ୍ରଷ୍ଟା ନିଜର ସ୍ଵରଚିତ କବିତା ପାଠ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବିଶେଷ କରି କେନ୍ଦ୍ରାପଡା ଜିଲ୍ଲାର କୁନି କବି ତୃତୀୟ ଶ୍ରେଣୀର ଦିବ୍ୟାଂଶୀ ମହାନ୍ତି କବିତା ପାଠକରିଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୬୫ ରୁ ଉର୍ଦ୍ଧ୍ବ ଯୁବପ୍ରତିଭା ଉପସ୍ଥିତ ହୋଇ କବିତା ପାଠ କରିଥିଲେ। ପରିବାରରୁ ବିନୋଦିନୀ ଦାଶ, ବିଶ୍ଵେଶ୍ଵର ମାଝୀ, ପ୍ରଫୁଲ୍ଲ କୁମାର ଦାସ, ବିପିନ ବିହାରୀ ବାରିକ, ଅରୁଣ କୁମାର ମହାପାତ୍ର, ତପନ କୁମାର ପଣ୍ଡା, ଶରତଚନ୍ଦ୍ର ପଣ୍ଡା, କାଳିକୁମାର, ଶିବାନନ୍ଦ ବାରିକ, ଅଂଶୁମାନ ସାହୁ, ଶ୍ରୀସିକ୍ତା ଶୁଭଦର୍ଶିନୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ରଞ୍ଜନ କୁମାର ମହାନ୍ତି, ହୃଦୟରଞ୍ଜନ ପରିଡା, ଜିତେନ୍ଦ୍ର କୁମାର ଗିରି, ନନ୍ଦିନୀ ରାଉତ, ଜାନକୀ ମହାନ୍ତ, ଚନ୍ଦ୍ରା ମିଶ୍ର, ସ୍ନେହ ମିଶ୍ର, ରତିନାରାୟଣ ରାଉତ, ସଚିଦାନନ୍ଦ ବେହେରା, ବିଦ୍ୟୁତପ୍ରଭା ମିଶ୍ର, ରମାକାନ୍ତ ମାହାଳି, ଶାନ୍ତିଲତା ପଣ୍ଡା, ବିଶ୍ବପ୍ରତାପ ବେହେରା, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ବନଲକ୍ଷ୍ମୀ ମହାନ୍ତି, ସ୍ନିଗ୍ଧା ସାମନ୍ତରାୟ, ତପନ କୁମାର ବିଶ୍ଵାଳ, ଅନାମ ଚରଣ ସାହୁ, ସାଗର କୁମାର ପରିଡ଼ା, ସମର ବଲ୍ଲଭ ଭୋଇ, ରତ୍ନାକର ସିଂହ, ଗୀତାରାଣୀ ପୁରୀଙ୍କ ସମେତ ଆହୁରି ଅନେକ କବି କବୟତ୍ରୀ ଉପସ୍ଥିତ ଥିଲେ। ଶ୍ରୀସିକ୍ତା ଶୁଭଦର୍ଶିନୀଙ୍କର ଧନ୍ୟବାଦ ଅର୍ପଣ ଓ ଗୀତାରାଣୀ ପୁରୀଙ୍କ ଶାନ୍ତିପାଠ ପରେ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.