ସାର୍ବଜନୀନ ଦୁର୍ଗାପୂଜା ପ୍ରସ୍ତୁତି ଏବଂ ନୂତନ କର୍ମକର୍ତ୍ତା ଚୟନ

● ପ୍ରଶାନ୍ତ ସାମନ୍ତରା ସଭାପତି, ହେମନ୍ତ ସାହୁ ସଂପାଦକ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ସାର୍ବଜନୀନ ଦୁର୍ଗାପୂଜା କମିଟୀ ତରଫରୁ ଦୁର୍ଗାପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରାଧାକୃଷ୍ର ମନ୍ଦିର ସଭାଗୃହରେ ଅନୁଷ୍ଠିତ ହେଇଯାଇଛି । ସଭାପତି ହିରେନ୍ଦ୍ର ପ୍ରତାପ ସିଂହଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ ବିଭୂତି ଭୂଷଣ ମହାଖୁଡ଼ ଗତବର୍ଷର ଆୟବ୍ୟୟ ପଠନ କରିଥିଲେ । ଏହାପରେ ପୁରୁଣା କମିଟୀକୁ ଭାଙ୍ଗି ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସର୍ବସମ୍ମତିକ୍ରମେ ସଭାପତି ଭାବରେ ପ୍ରଶାନ୍ତ ସାମନ୍ତରା, ସଂପାଦକ ହେମନ୍ତ ସାହୁ, ଉପସଭାପତି ବିଭୂତି ଭୂଷଣ ମହାଖୁଡ଼, ସହସଂପାଦକ କୃଷ୍ଣଚନ୍ଦ୍ର ସାହୁଙ୍କୂ ଚୟନ କରାଯାଇଥିବାବେଳେ ବିଭିନ୍ନ ବିଭାଗରେ ଯୁଗଳକିଶୋର ପ୍ରହରାଜ, ଗଂଗାଧର ମହାନ୍ତି, ହିରେନ୍ଦ୍ର ପ୍ରତାପ ସିଂହଦେଓ, ଅଶୋକ କୁମାର ପଟ୍ଟନାୟକ, ଭାଗବତ ଘିଭେଲା, ଜୟ ହାତୀ, ଚମରା ବଗର୍ତ୍ତୀ, ଚମରା ଭୋଇ, ଦାଶରଥୀ ଧଙ୍ଗଡ଼ାମାଝୀ, ଅନ୍ତର୍ଯ୍ୟାମୀ ମିଶ୍ର, ତ୍ରିଲୋଚନ ଦାଶ, ରାମଚନ୍ଦ୍ର ଭୋଇଙ୍କୁ ଦିଆଯଇଥିବାବେଳେ ବୈଠକରେ ପୁଷ୍ପେନ୍ଦ୍ର କୁମାର ସିଂହଦେଓ,ଲଳିତ କୁମାର ମହାଲିକ,କୁଳମଣି ହେର୍ଣ୍ଣା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ତେବେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ଼ ଗାଇଡ଼ଲାଇନ ମୁତାବକ ସମସ୍ତ ପୂଜା କାର୍ଯ୍ୟ ସଂପାଦନ କରାଯିବାକୁ ନିଷ୍ପତ୍ତି ହେଇଥିଲା । ପରିଶେଷରେ ବିଭୂତି ମହାଖୁଡ଼ ଧନ୍ୟବାଦାର୍ପଣ କରିବା ସହିତ ନୂତନକର୍ମକର୍ତ୍ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.