ବ୍ୟାସକବି ସାହିତ୍ୟ ସଂସଦର ରାଜ୍ଯସ୍ତରୀୟ ସାହିତ୍ୟ ଉତ୍ସବ

ନବରଙ୍ଗପୁର: ବାଲେଶ୍ୱର ଜିଲ୍ଲା ନୀଳଗିରି ସ୍ଥିତ ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ବ୍ୟାସ କବି ସାହିତ୍ୟ ସଂସଦର ରାଜ୍ଯସ୍ତରୀୟ ସାହିତ୍ୟ ଉତ୍ସବ ମାଲକାନଗିରି ଜିଲ୍ଲା ଶାଖା ତରଫରୁ କୁଡୁମୁଲୁଗୁମ୍ମା ସ୍ଥିତ ଡାରୱିନ୍ ସ୍ନାତକ ମହା ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ପ୍ରାଣ ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଯଚିନ୍ଦ୍ର ସ୍ୱାଇଁ ପ୍ରଥମ ଅଧିବେଶନରେ ସଭାପତିତ୍ଵ କରିଥିଲେ, ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିଲେ। ସ୍ଵତନ୍ତ୍ର ଅତିଥି ଭାବେ ପୂର୍ଣ୍ଣଚନ୍ଦ୍ର ବାକା, ମାନ୍ୟବର ବିଧାୟକ, ଚିତ୍ରକୋଣ୍ଡା ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ କାଳୀପଦ ପଣ୍ଡା, ସଦସ୍ଯ ଓଡିଶା ସାହିତ୍ୟ ଏକାଡେମୀ, ସଂସ୍କୃତି ଭବନ ଭୁବନେଶ୍ବର ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ପ୍ରଦୀପ୍ତ କୁମାର ମିଶ୍ର, ଅଧ୍ୟାପକ, ନୀଳଗିରି ମହିଳା ସ୍ନାତକ ମହା ବିଦ୍ୟାଳୟ ଓ ଗୋଦାବରିଶ ଦାସ, ଉପ ସଭାପତି, ବ୍ୟାସ କବି ସାହିତ୍ୟ ସଂସଦ ଯୋଗ ଦେଇଥିଲେ। ପ୍ରଥମ ଅଧିବେଶନରେ ବୃକ୍ଷ ରୋପଣ ସହ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଦିତୀୟ ଅଧିବେଶନରେ ବଳରାମ ପୂଜାରୀ, ରାଜ୍ଯ ଉପଦେଷ୍ଟା, ବ୍ଯାସ କବି ସାହିତ୍ୟ ସଂସଦ ସଭାପତିତ୍ବ କରିଥିଲେ। ଉକ୍ତ ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମିଶ୍ର, ଅଧ୍ୟାପକ, ନୀଳଗିରି ମହିଳା ସ୍ନାତକ ମହା ବିଦ୍ୟାଳୟ ଓ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ନିରଞ୍ଜନ ସ୍ୱାଇଁ, ଡାରୱିନ୍ ସ୍ମାରକୀ କନିଷ୍ଠ ମହା ବିଦ୍ୟାଳୟ ଉପସ୍ଥିତ ଥିଲେ। ସମ୍ମାନୀତ ଅତିଥି ଭାବେ ଜ୍ଞାନେନ୍ଦ୍ର ଭୋଇ, କେସିଙ୍ଗା, ସଂଗଠନ ସମ୍ପାଦକ, ବ୍ଯାସ କବି ସାହିତ୍ୟ ସଂସଦ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ କୁଡୁମୁଲୁଗୁମ୍ମା ସୁଶ୍ରୀ ଗାୟତ୍ରୀ ଦେବୀ ଉପସ୍ଥିତ ଥିଲେ। ଦିତୀୟ ଅଧିବେଶନ ରେ ଓଡ଼ିଆ ସାହିତ୍ୟରେ ଆଞ୍ଚଳିକ ଭାଷା ର ପ୍ରୟୋଗ ଏକ ଆଲୋଚନା ଥିଲା,

Omkar Vasthu
Omkar Vasthu

ତୃତୀୟ ଅଧିବେଶନରେ କବିତା ଆସର କରାଯାଇ ପଞ୍ଚସ୍ତରୀ ଜଣ କବି କବୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରିୟମ୍ବଦା ରାଉତ କବିତା ଆସରରେ ସଂଯୋଜନା କରିଥିବା ସମୟରେ ଅଶୋକ କୁମାର ପ୍ରଧାନ, ଅଧ୍ୟକ୍ଷ, ଡାରୱିନ୍ ସ୍ମାରକୀ ସ୍ନାତକ ମହା ବିଦ୍ୟାଳୟ ଧନ୍ଯବାଦ୍ ଅର୍ପଣ କରିଥିଲେ। ମାଲକାନଗିରି ଜିଲ୍ଲା ଶାଖାର ସଭାପତି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ସମ୍ପାଦକ ଶ୍ରୀଯୁକ୍ତ ଭଗବାନ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଉକ୍ତ ଉତ୍ସବରେରେ ସ୍ଥାନୀୟ ନିର୍ମୁକ୍ତା ସାହିତ୍ୟ ସଂସଦ, ଗୋବିନ୍ଦପାଲି ତରଫରୁ ଯଚିନ୍ଦ୍ର ସ୍ଵାଇଁ, ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ, ବିପିନ ବିହାରୀ ବାରିକ,ସଭାପତି, ପ୍ରେମାନନ୍ଦ ବେହେରା, ରାଜ୍ଯ ସଂଯୋଜକ, ବ୍ୟାସ କବି ସାହିତ୍ୟ ସଂସଦ, ନୀଳଗିରି, ବାଲେଶ୍ଵରଙ୍କୁ ପୂର୍ବାଞ୍ଚଳର ସାହିତ୍ୟ ଜ୍ୟୋତି ସମ୍ମାନରେ ସମ୍ମାନିତ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.