‘ପ୍ରାଚୀନ ପରମ୍ପରାକୁ ମନେପକାଇବା ପାଇଁ ଭାଇଚାରା ସୃଷ୍ଟି କରାଯାଇଥାଏ’

● ତ୍ରିଶକ୍ତି ଆଞ୍ଚଳିକ ଯାଦବ ସମିତି ପକ୍ଷରୁ ନୂଆଖାଇ ଭେଟଘାଟ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ଲୋକସଂସ୍କୃତି ଆମ ସାମାଜିକ ଜୀବନକୁ ରଶାଣିତ କରି ଗଢ଼ି ତୋଳିବାରେ ସହାୟକ ହୋଇଥାଏ। ଆମର ପ୍ରାଚୀନ ପରମ୍ପରାକୁ ମନେ ପକାଇବା ପାଇଁ ଭାଇଚାରା ସୃଷ୍ଟି କରାଯାଇଥାଏ। କୃଷି ଭିତ୍ତିକ ସାମାଜିକ ବ୍ୟବସ୍ଥାରେ ଅନେକ ପର୍ବ ଜଡ଼ିତ ହୋଇ ରହିଛି। ତେବେ ଓଡ଼ିଶାର ଗଣପର୍ବ ନୂଆଖାଇ ସାମାଜିକ ସଦଭାବନା ଓ ଭାଇଚାରାର ଏକ ଅନନ୍ୟ ପାର୍ବଣ ବୋଲି ଉଚ୍ଛଳା ଠାରେ ଆୟୋଜିତ ନୂଆଖାଇ ଭେଟଘାଟରେ ମତ ପ୍ରକାଶ ପାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗୋଳାମୁଣ୍ଡା ବ୍ଲକ ଉଚ୍ଛଳା ଶିବ ମନ୍ଦିର ଠାରେ ତ୍ରିଶକ୍ତି ଆଞ୍ଚଳିକ ଯାଦବ ସମିତି ପକ୍ଷରୁ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା। ତ୍ରିଶକ୍ତି ଯାଦବ ସମାଜ ସଭାପତି ରେବା କଟାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଧଙ୍ଗଡାମାଝୀ ଯୋଗଦେଇ ଯାଦବ ସମାଜର ବିଧିବ୍ୟବସ୍ଥା ଉପରେ ଆଲୋକପାତ କରିବାସହ ନୂଆଖାଇ ଓ ଲୋକସଂସ୍କୃତି ଉପରେ ନିଜର ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ।

Udyog Nursery
Udyogi Nursery

ଏହି ସମାରୋହରେ ସମ୍ମାନୀତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଜିଲ୍ଲା ଶୃଙ୍ଖଳା କମିଟି ସଦସ୍ୟ ନରହରି ବାଗ, ଲୋକସଂସ୍କୃତି ଗବେଷକ ତଥା ଜିଲ୍ଲା ଯୁବ ଯାଦବ ମହାସଭା ଉପ ସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ଗୋଲାମୁଣ୍ଡା ବ୍ଲକ ଯାଦବ ସମିତି ସଭାପତି ଗିରିଧାରୀ ତେଜି, ଉଚ୍ଛଳା ସରପଞ୍ଚଙ୍କ ପ୍ରତିନିଧି ଫକିର କଟା, ଗୋଲାମୁଣ୍ଡା ବ୍ଲକ ଯାଦବ ସମିତି ଉପ ସଭାପତି ସଦାନନ୍ଦ ବେମାଲ, ନକଟିକାନୀ ଆଞ୍ଚଳିକ ଯାଦବ ସମିତି ସଦସ୍ୟ ଗଙ୍ଗା ଘିଭେଳା ପ୍ରମୁଖ ଯୋଗଦେଇ ନୂଆଖାଇ ଭେଟଘାଟ ଉପରେ ଆଲୋକପାତ କରିଥିଲେ।


ଏହି ଅବସରରେ ଅନେକ ବୟୋଜେଷ୍ଠ ଯାଦବମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉପସ୍ଥିତ ଯାଦବମାନେ ନିଜ ନିଜ ଅଞ୍ଚଳର ସାମାଜିକ ସମସ୍ୟା ଉପସ୍ଥାପନା କରିଥିଲେ। ତ୍ରିଶକ୍ତି ଆଞ୍ଚଳିକ ଯାଦବ ସମିତି ସାଧାରଣ ସଂପାଦକ ଶ୍ବେତାମ୍ବର ବାଗ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବରୁଣ ବେମାଲ, ଭ୍ରମରବର ବାଗ, ଦେବାର୍ଚ୍ଚନ ଚଣ୍ଡି, ଶଙ୍କର ବାଗ, ବିଦେଶୀ ବାଗ ଓ ତ୍ରୀଶକ୍ତି ଆଞ୍ଚଳିକ ଅନ୍ତର୍ଗତ ବଡଚେରଗାଁ, ଉଚ୍ଛଳା ଓ ଚହକା ଗ୍ରାମ ପଞ୍ଚାୟତର ଯାଦବମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.