ପଞ୍ଚାୟତ ସମିତି ଡିଗ୍ରୀ କଲେଜ କୋମନା ଠାରେ ଏନ୍ଏସ୍ଏସ୍ ଡେ ପାଳିତ

ନୂଆପଡା: ନୂଆପଡା ଜିଲ୍ଲା କୋମନା ସ୍ଥିତ ପଞ୍ଚାୟତ ସମିତି ଡିଗ୍ରୀ କଲେଜଠାରେ ଆଜି ଏନ୍ଏସ୍ଏସ୍ ଡେ ପାଳିତ ହୋଇଯାଇଛି। ପଞ୍ଚାୟତ ସମିତି ଡିଗ୍ରୀ କଲେଜର କୋମନାର ଅଧ୍ୟକ୍ଷ ପ୍ରଭାସ କୁମାର ପଣ୍ଡାଙ୍କ ଅଧ୍ୟକ୍ଷ୍ୟତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଅଧ୍ୟାପିକାମାନେ ଏନ୍ଏସ୍ଏସ୍ ଡେ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ କଲେଜ ପରିସରରେ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୋଭିଡ ନିୟମ ପାଳନ ସହ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମକୁ କଲେଜ ଛାତ୍ର ଡିଙ୍କୁ ସାହୁ, ଆଲୋକ ସାହୁ, ତୁଷାର, ତୋଫାନ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.