ନର୍ଲା: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଜୟା ଦଶମୀ ଉତ୍ସବ

କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜୟା ଦଶମୀରେ ସାରା ଦେଶ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ କରୋନା କଟକଣା ରଙ୍ଗୀନ ମାହୋଲକୁ ଫିକା କରିଦେଇଛି । ଆସନ୍ତା କାଲି ବିଜୟା ଦଶମୀ । ପ୍ରଭୁ ଶ୍ରୀରାମ ଚନ୍ଦ୍ର ଅସୁର ରାଜା ଲଙ୍କେଶ୍ୱର ରାବଣକୁ ବିଜୟା ଦଶମୀ ଦିନରେ ବଦ୍ଧ କରି ବିଶ୍ୱକୁ ପାପ ଭାରାରୁ ମୁକ୍ତି ଦେଇଥିଲେ । ଅସତ ଓ ପାପ ଉପରେ ଧର୍ମର ଜୟ ର ପ୍ରତୀକ ସ୍ୱରୁପ ବିଜୟା ଦଶମୀରେ ଏଥିପାଇଁ ରାବଣ ପୋଡି ମଧ୍ୟ ଅନୁଷ୍ଠିତ ହୋଇଥାଏ । ବିଜୟା ଦଶମୀ ବିଜୟର ଉତ୍ସବ । ଏଣୁ ସଙ୍ଘ ପରିବାର ପକ୍ଷରୁ ବିଜୟା ଦଶମୀ ପର୍ବକୁ ଧୁମ୍ ଧାମ୍ ସହ ପାଳନ କରାଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ନର୍ଲା ଖଣ୍ଡ ତରଫରୁ ଆଜି ଦିନ ୧୦ ଘଣ୍ଟା ସମୟରେ ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଜୟର ପର୍ବ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି ।


ଏଥିରେ ସ୍ୱୟଂ ସେବକ ସଂଘର ପ୍ରତିଷ୍ଠାତା କେଶବ ବଳିରାଓ ହେଡଗେୱାର, ଶ୍ରୀ ଗୁରୁଜୀ ଓ ଶକ୍ତି ସ୍ୱରୁପିଣୀ ଦୁର୍ଗାଙ୍କ ସ୍ୱରୁପା ଭାରତ ମାତାଙ୍କୁ ପୂଜନ କରାଯିବା ସହ ରାଷ୍ଠ୍ରୀୟ ସ୍ୱୟଂ ସେବକ ସଂଘର ଧ୍ୱଜାରୋପଣ କରାଯାଇଥିଲା ।

ନର୍ଲା ଖଣ୍ଡର ଖଣ୍ଡ କାର୍ଯ୍ୟବାହ ବୁଦ୍ଧ ନାଏକଙ୍କ ନେତୃତ୍ୱରେ ଖଣ୍ଡର ଜ୍ୟେଷ୍ଠ ଶ୍ରେଷ୍ଠ କାର୍ଯ୍ୟକର୍ତ୍ତା ତଥା ସ୍ୱୟଂ ସେବକ ନୀଳକଣ୍ଠ ବେହେରା, ପ୍ରଦୀପ କୁମାର ନାଏକ, ରଘୁମଣି ସାହୁ, ପଦ୍ମନାଭ ସାହୁ, ଦେବରାଜ ଗଉଡ ଏବଂ ଅନ୍ୟ ସ୍ୱୟଂ ସେବକ ମାନେ ଉପସ୍ଥିତ ରହି ଶସ୍ତ୍ର ପୂଜନ ସହିତ ବିଜୟା ଦଶମୀର ମହତ୍ୱ ଉପରେ ଆଲୋକପାତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.