ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ଅଣଦେଖା: ଏକାଠି ହୋଇ ଗର୍ଜିଲେ ପଛୁଆବର୍ଗ

କଳାହାଣ୍ଡି: ଆଗମୀ ତ୍ରୀସ୍ତରୀୟ ପାୟତିରାଜ ନିର୍ବାଚନ ପାଇଁ ପ୍ରକାଶିତ ପ୍ରାଥମିକ ଚିଠା ତାଲିକାକୁ ନେଇ ପଛୁଆ ବର୍ଗଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ନେଇ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବୋରିଙ୍ଗପଦର ଠାରେ ଆଜି ଓବିସି ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀଙ୍କ ଆବାହକତ୍ବରେ ଆୟୋଜିତ ଉକ୍ତ ସଭାରେ ଓବିସି ବର୍ଗର ପଣ୍ଡରା ମାଳି, ଶୁଣ୍ଢି, ଯାଦବ, ଓଡ଼ିଆ, ଦକ୍ଷୀଣ ସୋଣ୍ଢିକ, ତୈଳିକ ବୈଶ୍ୟ, କୁଲତା, କୁମ୍ଭକାର ଆଦି ସମାଜର କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି  ଜିଲ୍ଲା କୁଲତା ସମାଜ ସଭାପତି କେଶବ ଭୋଇଙ୍କ ଅଧ୍ୟକ୍ଷ୍ୟତାରେ ଆୟୋଜିତ ଏହି ବୈଠକରେ ଓବିସି ମାନଙ୍କୁ ଅଣଦେଖା କରାଯାଇଥିବାରୁ କ୍ଷୋଭ ପ୍ରକାଶ ପାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ୧୩ଟି ବ୍ଲକ ଅଧ୍ୟକ୍ଷ, ୩୬ଟି ଜିଲ୍ଲା ପରିଷଦ ଆସନରେ ଜଣେ ହେଲେବି ଓବିସି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ବ୍ୟବସ୍ଥା ରଖାଯାଇନାହିଁ। ୫୨ ପ୍ରତିଶତ ପଛୁଆବର୍ଗଙ୍କ ସକାଶେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ବିଭିନ୍ନ ପଦବୀ ପାଇଁ ୨୭ ଭାଗ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ରହିଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଏହାର ଖୋଳା ଉଲଂଘନ କରାଯାଇଛି ବୋଲି ବକ୍ତାମାନେ କହିଥିଲେ। ଏହି ଅନ୍ୟାୟର ପ୍ରତିବାଦ ସ୍ବରୂପ ଓବିସି ସମାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ସଭାରେ ନିଷ୍ପତ୍ତି ନିଆଯାଇଥିଲା। ଆସନ୍ତା ଅକ୍ଟୋବର ୧୬ରେ ଭବାନୀପାଟଣାରେ ଏକ ଓବିସି ବୈଠକ କରାଯିବ ଏବଂ ସେଥିରେ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଆବାହକ ଶ୍ରୀଯୁକ୍ତ ଧଙ୍ଗଡାମାଝୀ ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

ଆଜିର ଏହି ବୈଠକରେ କଳାହାଣ୍ଡି କୁମ୍ଭାର ସମାଜ ଜିଲ୍ଲା ସଭାପତି କେଦାରନାଥ ରଣା, ପଣ୍ଡରା ମାଳି ସମାଜ କଳାହାଣ୍ଡି – ବଲାଙ୍ଗୀର ଶାଖା ସଭାପତି ଦୟାସାଗର ସାହା, କଳାହାଣ୍ଡି ଜିଲ୍ଲା ତୈଳିକ ବୈଶ୍ୟ ସମାଜ ଉପଦେଷ୍ଟା ନିତ୍ୟାନନ୍ଦ ସାହୁ, ଓଡିଆ ସମାଜ କଳାହାଣ୍ଡି ଜିଲ୍ଲା ଉପସଭାପତି ମଧୁସୂଦନ ସ୍ବାଇଁ, ଓଡ଼ିଆ ସମାଜ ସଭାପତି ହରିଶ୍ଚନ୍ଦ୍ର ସ୍ବାଇଁ, ତୈଳିକ ବୈଶ୍ୟ ସମାଜ କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ଡୋଲେଶ୍ବର ସାହୁ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ସଦସ୍ୟ ପ୍ରତାପ ବାଗ, ପଣ୍ଡରା ମାଳି ସମାଜ କଳାହାଣ୍ଡି-ବଲାଙ୍ଗିର ଶାଖା ସାଧାରଣ ସମ୍ପାଦକ ପୁରୁନ୍ଦର ଭୋଇ, ତୈଳିକ ବୈଶ୍ୟ ସମାଜ କଳାହାଣ୍ଡି ଜିଲ୍ଲା ସଭାପତି ପ୍ରହଲ୍ଲାଦ ସା, କେସିଙ୍ଗା ତୈଳିକ ବୈଶ୍ୟ ସମାଜ ସମ୍ପାଦକ ମୋହନ ସା, କେସିଙ୍ଗା ବ୍ଲକ ଶୁଣ୍ଢି ସମାଜ ସମ୍ପାଦକ ରୋହିତ କୁମାର ସାହୁ, ପୂର୍ବତନ ସଭାପତି କଳାହାଣ୍ଡି – ବଲାଙ୍ଗୀର ଶାଖା ପଣ୍ଡରା ମାଳି ସମାଜ ବଂଶୀପାଣୀ ସାହାଙ୍କ ସମେତ ଅଭିମନ୍ୟୁ ସାହୁ, ଦୁର୍ବାଦଳ ବିଶି, ସ୍ବେତ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.