ଶୋଚନୀୟ ହୋଇ ପଡିଛି ସର୍ଗିଗୁଡା RD ରାସ୍ତା, ତୁରନ୍ତ ନିର୍ମାଣ କରିବାକୁ ଉଠିଲା ଦାବୀ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ସର୍ଗିଗୁଡା ଆର୍ଡି ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ନର୍ଲାରୋଡ ହନୁମାନ ମନ୍ଦିର ଛକରୁ ସର୍ଗିଗୁଡା ରେଳବାଇ ଲେବୁଲ କ୍ରସିଂ ଫାଟକ ମ. ରାମପୁର- ଭାବନୀପାଟଣା ମୁଖ୍ୟ ରାସ୍ତା ଯାଏଁ ଦେଢ କିଲୋ ମିଟର ରାସ୍ତାର ଅବସ୍ଥା ଅତୀବ ଶୋଚନୀୟ ହୋଇ ପଡିଛି । ଗତ ୧୫ ବର୍ଷ ତଳେ ସିକେରକୁପା ଠାରୁ ସର୍ଗିଗୁଡା ଦେଇ ରେଳବାଇ ଫାଟକ ଯାଏଁ ଆରଡି ବିଭାଗ ତରଫରୁ ରାସ୍ତା ନିର୍ମାଣ କାମ କରାଯାଇଥିଲା । ଏବେ ନର୍ଲାରୁ ସିକେରକୁପା ଯାଏଁ ରାସ୍ତା ସଂପୂର୍ଣ୍ଣ ଖରାପ ହୋଇ ଗଲାଣି । ସର୍ଗିଗୁଡା ଲେବୁଲ କ୍ରସିଂ ରେଳବାଇ ଫାଟକରୁ ନର୍ଲାରୋଡକୁ ଏହା ମୁଖ୍ୟ ରାସ୍ତା ହୋଇ ରହିଥିଲା । ହେଲେ ୨୦୧୭ ରେ ନର୍ଲା ଚାରିଛକରୁ ବାଙ୍କେଲ ରେଳବାଇ ଫାଟକ ଯାଏଁ ରାସ୍ତା କାମ ହୋଇଯିବା ପରେ ହନୁମାନ ମନ୍ଦିର ଛକରୁ ସର୍ଗିଗୁଡା ରାସ୍ତା ଦେଇ ଭବାନୀପାଟଣା ଯାଉଥିବା ଲୋକ ମଧ୍ୟ ନର୍ଲା ଶିଶୁ ମନ୍ଦିର ଛକ ଦେଇ ବୁଲିକି ଯାଉଥିବା ଦେଖିବାକୁ ମିଳୁଛି । ଏବେ ସର୍ଗିଗୁଡା, ମାଝୀପଡା, ଡିଗିରାପଡା ଓ ବିଞ୍ଝାଲପଡା ବାସୀ ଏହି ଦୟନୀୟ ରାସ୍ତାଟିରେ ଯିବା ଆସିବା କରିବା ଯୋଗୁଁ ଅନେକ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ନର୍ଲାରୋଡ ନର୍ଲା ଅଞ୍ଚଳର ଏକ ବ୍ୟବସାୟୀକ ପେଣ୍ଠସ୍ଥଳି । ଏହାସହ ନର୍ଲାରୋଡରେ ରେଳ ଷ୍ଟେସନ ରହିଥିବାରୁ ଏହି ରାସ୍ତାଟି ରେ ସବୁବେଳେ ଯାତ୍ରୀଙ୍କ ଯିବା ଆସିବା ରହିଥାଏ ।

Omkar Vasthu
Omkar Vasthu


ନର୍ଲା ଆଖପାଖ ୪ ଗୋଟି ବ୍ଲକର ୧୧ ଗୋଟି ଗ୍ରାମ ପଞ୍ଚାୟତର ଅନୁ୍ୟନ ୩୨ ଗୋଟି ଗ୍ରାମର ଜନ ସାଧାରଣ ବ୍ୟବସାୟ ବାଣିଜ୍ୟ ସାଙ୍ଗକୁ ଅନ୍ୟାନ୍ୟ ଅଫିସ୍ କାମ ନେଇ ନର୍ଲାରୋଡ ଉପରେ ନିର୍ଭର କରିଥାନ୍ତି । ନର୍ଲାରୋଡରେ ରେଳ ଷ୍ଟେସନ ରହିଥିବାରୁ ଶହଶହ ସଂଖ୍ୟାରେ ଯାତ୍ରୀ ଯିବା ଆସିବା କରିଥାନ୍ତି । ହେଲେ ନର୍ଲାରୋଡରୁ ସର୍ଗିଗୁଡା ରେଳବାଇ ଲେବୁଲ କ୍ରସିଂ ଗେଟ ଫାଟକ ପର୍ଯ୍ୟନ୍ତ ଦେଢ କି.ମି. ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଖାଲ ଖମାରରେ ଭର୍ତ୍ତୀ ହୋଇ ପଡିଛି ରାସ୍ତା । ବାଇକ, ସାଇକେଲ ଆରୋହୀ ଏପରିକି ପଦଯାତ୍ରୀ ମାନେ ମଧ୍ୟ ଖରାପ ରାସ୍ତା ଯୋଗୁଁ ଯିବା ଆସିବାରେ ଅନେକ ସମସ୍ୟା ଭୋଗୁଥିବା ଦୃଶ୍ୟମାନ ହେଉଛି । ଏବେ ସର୍ଗିଗୁଡା ଓ ନର୍ଲାରୋଡ ରେ ପାନୀୟ ଜଳ ଯୋଗାଣ ନିମନ୍ତେ ନୂଆ ପାଇପ ଲାଇନ କାମ ଚାଲିଛି । ଏଥିଯୋଗୁଁ ରାସ୍ତା ଦୁଇ କଡେ ଖୋଲିଥିବା ଯୋଗୁଁ ରାସ୍ତା ଉପରେ ମାଟିପଡ଼ିବା ଫଳରେ ରାସ୍ତା ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡିଛି । ଆଶ୍ଚର୍ଯ୍ୟର କଥା ଯେ ଭବାନୀପାଟଣା ଆରଡି ବିଭାଗ କେସିଙ୍ଗା ଡିଭିଜନ ହେବା ପରେ ନର୍ଲାରୋଡ ହନୁମାନ ମନ୍ଦିରରୁ ସର୍ଗିଗୁଡା ରେଳବାଇ ଫାଟକ ଯାଏଁ ଏହି ଦେଢ କି.ମି. ରାସ୍ତାଟି ନା ତ ଭବାନୀପାଟଣା ଆଡି ବିଭାଗ ର ରାସ୍ତା ନାମଙ୍କନ ତାଲିକାରେ ରହିଛି ନା କେସିଙ୍ଗା ଆରଡି ବିଭାଗର ନାମ ତାଲିକାରେ ସ୍ଥାନ ପାଇଛି । ରାସ୍ତାଟି ବାସ୍ତବରେ ହଜି ଯାଇଥିଲା । ଗତ ବର୍ଷ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ ଜିଲ୍ଲା ପରିଷଦର ମାସିକ ବୈଠକରେ ଏହି ତଥ୍ୟଟି ଉପସ୍ଥାପନ କରିବା ସହିତ ଆରଡି ବିଭାଗ ନିର୍ବାହୀ ଅଧିକାରୀ ଓ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବା ପରେ ରାସ୍ତାଟି କେସିଙ୍ଗା ଆରଡି ଡିଭିଜନ ନିଜ ଅଧିନସ୍ଥ ରାସ୍ତା ତାଲିକାରେ ନାମ ଅନ୍ତର୍ଭୁକ୍ତ କଲା । ଏବଂ ଏହି ରାସ୍ତା କାମ ଶୀଘ୍ର କରି ଦିଆଯିବ ବୋଲି ଆଶ୍ୱାସନା ଦେଇଥିଲା । ହେଲେ ଆଜି ଯାଏଁ ଏହି ଦୟନୀୟ ପରିସ୍ଥିତି ଯୁକ୍ତ ରାସ୍ତାର ଉନ୍ନୟନ କାର୍ଯ୍ୟ ହୋଇପାରିନାହିଁ । ଶୁଣାଯାଉଛି ରାସ୍ତା ନିର୍ମାଣ ପାଇଁ ଟଙ୍କା ଆସିଯାଇଛି ହେଲେ କିଛି ଅନିର୍ବାର୍ଯ୍ୟ ସମସ୍ୟା ଯୋଗୁଁ କାମ ହୋଇ ପାରିନାହିଁ ବୋଲି । ହେଲେ ଏହି ଦୟନୀୟ ରାସ୍ତା ଟିର ନିର୍ମାଣ କାମ ଶୀଘ୍ର କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.