ଭବାନୀପାଟଣା: ଆସ୍ତିକ, ନାସ୍ତିକ ଅବା ଦେଶାତ୍ମକ ସବୁ ବିଚାରଧାରାର ସମନ୍ୱୟ ରଖିପାରିବ ସାହିତ୍ୟ ବୋଲି କଳାହାଣ୍ଡି ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଆଶ୍ୱିନ କବିତା ପାଠୋତ୍ସବରେ ଅତିଥିମାନେ ଯୋଗଦେଇ ମତ ରଖିଛନ୍ତି। ଗୁଗୁଲମିଟ ମାଧ୍ୟମରେ ଆୟୋଜିତ ଆଶ୍ୱିନ କବିତା ପାଠୋତ୍ସବରେ ଅନୁଷ୍ଠାନର ସଭାପତି ସୋହନଲାଲ ଅଗ୍ରୱାଲ ସଭାପତିତ୍ୱ କରିଥବାବେଳେ ବରିଷ୍ଠ ସାହିତ୍ୟିକ ଡ଼ଃ. ହରେକୃଷ୍ଣ ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ। ଅନୁଷ୍ଠାନର ସମ୍ପାଦକ ଡ଼ଃ. ସନ୍ତୋଷ କୁମାର ଶତପଥି ସମ୍ପାଦକୀୟ ବକ୍ତବ୍ୟ ରଖିଥିଲେ।ଅନୁଷ୍ଠାନର ପରିଚାଳନା ସମ୍ପାଦକ ଯୁବକବି ଦକ୍ଷ ସାହୁ ସଭାପରିଚାଳନା କରିଥିବାବେଳେ କବି ବିଶ୍ୱରଂଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।କଣ୍ଠଶିଳ୍ପୀ ଚିନ୍ମୟୀ ବୈଠାରୁ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। କବି ବନଶ୍ରୀ ଦାଶଙ୍କ କବିତା ସଂଯୋଜନାରେ କବି ଗୀତାଞ୍ଜଳି ମହାନ୍ତିଙ୍କ କବିତାକୁ କଣ୍ଠଶିଳ୍ପୀ ଲିପ୍ସା ମହାରଣା ଗାନ କରିଥିଲେ। କବି ସୁଦେଷ୍ଣl ପଣ୍ଡା, ହେମନ୍ତ ସାହୁ,ମିନା ମୁଣ୍ଡ, ମମତାଞ୍ଜଳି ପଣ୍ଡା, ଭୁବନେଶ୍ୱର ପୁରୋହିତ, କିଶୋର ଚନ୍ଦ୍ର ତ୍ରିପାଠୀ, ବିଶ୍ୱରଂଜନ ପଣ୍ଡା, ନାହେଦା ସାହୀନ, ପ୍ରିୟଦର୍ଶନୀ ମିଶ୍ର, ରିତା ପଟ୍ଟଯୋଶୀ, ଯୁଧିଷ୍ଠିର ମୁଦୁଳି, ଶ୍ରୀକାନ୍ତ ପଣ୍ଡା, ନଟବର ପ୍ରଧାନ, ସୁଜିତ ମିଶ୍ର, କବିତାଞ୍ଜଳି ପଣ୍ଡା ପ୍ରମୁଖ ତିରିଶ ଜଣକବି କବିତା ପାଠ କରିଥିଲେ।