● ବୁଧବାର ସକାଳୁ ଆରମ୍ଭ ହେବ ପୂଜା
କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଗତ ୬ ବର୍ଷ ହେଲା ନର୍ଲା ବଣିକ ସଂଘ ତରଫରୁ ନର୍ଲା ବସଷ୍ଟାଣ୍ଡ ଠାରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇ ଆସୁଛି । ଆଜି ସକାଳ ୧୧ ଘଣ୍ଟା ସମୟରେ ଏନେଇ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ନର୍ଲା ବଣିକ ସଂଘର ସଭାପତି ଅଜୟ ପଣ୍ଡାଙ୍କ ନେତୃତ୍ୱରେ, ବରିଷ୍ଠ ସଦସ୍ୟ ବିଜୟ ପଣ୍ଡା, କମରଲାଲ ଜୈନ ପ୍ରମୁଖଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ମହିଳା ସର୍ଗିଗୁଡା ସାନ୍ଦୁଲ ନଦୀରୁ ଭବ୍ୟ କଳସ ଯାତ୍ରାରେ ପୂଜା ମଣ୍ଡପକୁ ନେଇ ଆସିଥିଲେ । ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ କୁମାର ପଣ୍ଡାଙ୍କ ସଂକୀର୍ତ୍ତନ ଦଳ କଳସ ଯାତ୍ରାରେ ସାମିଲ ହୋଇଥିଲା । ମଣ୍ଡପରେ କଳସ ସ୍ଥାପନା ପରେ ବିଲ୍ୱବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ସଙ୍ଘର ବରିଷ୍ଠ ସଦସ୍ୟ ଅର୍ଜୁନା ସାହୁ ଓ ତାଙ୍କ ସହଧର୍ମିଣୀ କନକଲତା ସାହୁ ପୂଜା କର୍ତ୍ତା ଭାବରେ ଦାଇତ୍ୱ ନିର୍ବାହନ କରୁଥିବା ବେଳେ ପୂଜକ ଭାବରେ ଶାନ୍ତପୁରର ପଣ୍ଡିତ ଜନାର୍ଦ୍ଦନ ମିଶ୍ର ପୂଜନ କାର୍ଯ୍ୟ ତୁଲାଉଛନ୍ତି । ନର୍ଲା ବଣିକ ସଂଘର ସମ୍ପାଦକ ପ୍ରିତମ ସାହୁ, ରାଜେଶ ଅଗ୍ରୱାଲା, ପୂର୍ବତନ ସମ୍ପାଦକ ନିକୁଞ୍ଜ ଦତ୍ତା, ଦୀପକ ଜୈନ, ବିଜୟ ଅଗ୍ରୱାଲ, ଟିଟୁ ଚାନ୍ଦ ପ୍ରମୁଖ ପୂଜା ଦାଇତ୍ୱରେ ରହି କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ନର୍ଲା ବଣିକ ସଂଘର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି । ବୁଧବାର ସକାଳୁ କୁମାର ପୂର୍ଣ୍ଣିମାରୁ ପୂଜା ଆରମ୍ଭ ହେବାକୁ ରହିଥିବା ବେଳେ ଶୁକ୍ରବାର ଦିନ ପୂର୍ଣ୍ଣାହୂତି ପଡିବ ବୋଲି କମିଟି ସୂତ୍ରରୁ ଜଣାପଡିଛି ।