ନେରେଡିବାଲାସାରେ ଖୋଲିଲା ଓଡିଆ ସ୍କୁଲ, ପଇଁତରା ମାରିଲା ଆନ୍ଧ୍ର ପୋଲିସ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ବିବାଦୀୟ କୋଟିଆକୁ ନେଇ ଓଡିଶା-ଆନ୍ଧ୍ର ମଧ୍ୟରେ ଲାଗି ରହିଛି ଛକାପଞ୍ଝା। କୋଟିଆ ଅକ୍ତିଆର କରିବାକୁ ସବୁପ୍ରକାର ଚେଷ୍ଟା ଚଳାଇଛି ପଡୋଶୀ ଆନ୍ଧ୍ର ପ୍ରଦେଶ। କେତେବେଳେ ଲୋକଙ୍କୁ ଓଡିଶା ସରକାରଙ୍କ ବିରୁଦ୍ଧରେ ପ୍ରବର୍ତ୍ତାଉଛି ତ ଆଉ କେବେ ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରୁଛି। ଇତିମଧ୍ୟରେ କୋଟିଆ ପଞ୍ଚାୟତ ଅନ୍ତର୍ଗତ ନେରେଡିବାଲସାରେ ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲ ଖୋଲିଛି। ଓଡିଶାର ପ୍ରତିଟି କାର୍ଯ୍ୟରେ ବ୍ୟତିବ୍ରସ୍ତ ହୋଇଉଠୁଥିବା ଆନ୍ଧ୍ର ପୋଲିସ ସ୍କୁଲ ଖୋଲିବା ପରେ ତୁରନ୍ତ ସେଠାରେ ପହଞ୍ଚି ପଇଁତରା ମାରିଥିବା ଦେଖାଯାଇଛି। ଏଥିସହିତ ଆନ୍ଧ୍ର ସରକାରଙ୍କ ପକ୍ଷରୁ ନେରେଡିବାଲସାରେ ସ୍ବତନ୍ତ୍ର ଗ୍ରମାସଭା ଆୟୋଜନ କରାଯାଇ ଆଞ୍ଚଳିକ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଅପରପକ୍ଷେ ପଟ୍ଟାଙ୍ଗି ବିଡିଓ ସୌମ୍ୟ ସାର୍ଥିକ ମିଶ୍ରଙ୍କ ଉପସ୍ଥିତିରେ ନେରେଡିବାଲାସା ଓ ଆଖପାଖ ଗାଁରେ ଓଡିଆରେ ଲେଖା ବୋର୍ଡ ଲଗାଯାଇଥିବା ସୂଚନା ମିଳିଛି। ଗତ କିଛିଦିନ ଧରି ଆନ୍ଧ୍ରପ୍ରଦେଶର ସମର୍ଥକ ଓ ଏଜେଣ୍ଟମାନଙ୍କ ଦ୍ବାରା କୋଟିଆ ପଞ୍ଚାୟତର ଫଗୁଣସିନେରୀ ଓ ଫାଟୁସିନେରୀରେ ଓଡିଶାର ପଞ୍ଚାୟତ ନିର୍ବାଚନରେ ଭାଗ ନ ନେବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଇବା ଓ କିଛି ବ୍ୟକ୍ତିଙ୍କୁ ନେଇ ବିଜୟନଗର ଜିଲ୍ଲାପାଳଙ୍କ ନିକଟରେ ଓଡିଶା ବିରୁଦ୍ଧରେ ଅଭିଯୋଗ କରିବା ଭଳି ହୀନ ଚକ୍ରାନ୍ତ କରିଥିଲେ। ଯାହାକୁ ନେଇ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ଅସନ୍ତୋଷ ବ୍ୟକ୍ତ କରିବା ସହ ଅସାମାଜିକ ବ୍ୟକ୍ତି ଦ୍ବାରା ଓଡିଶା ବିରୁଦ୍ଧରେ କରାଯାଉଥିବା କାର୍ଯ୍ୟକୁ ଦୃଢ ନିନ୍ଦା କରିଛନ୍ତି। ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.