ବାରମ୍ବାର ଗୁହାରି ସତ୍ତ୍ବେ ଶୁଣିଲାନି ପ୍ରଶାସନ, ରାସ୍ତା ତିଆରି କଲେ ଗ୍ରାମବାସୀ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ବର୍ଷା ହେଲେ ଗମନାଗମନ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ ଗାଁ ଲୋକେ। ସ୍ଥାନୀୟ ପ୍ରଶାସନ କିମ୍ବା ସରକାରଙ୍କ ଦୃଷ୍ଟି ନ ପଡିବାରୁ ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ନିଜେ ରାସ୍ତା ତିଆରି କରିଛନ୍ତି। ଏପରି ଏକ ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ। ପ୍ରାପ୍ତ ସୂଚନା ଅନୁଯାୟୀ କୋରାପୁଟ ବ୍ଲକ ଅନ୍ତର୍ଗତ ମାନବାର ଗାଁରୁ ପାଙ୍ଗିପଦର, ମେଣ୍ଢାଗୁଡା ଓ ଅନ୍ୟାନ୍ୟ ଗ୍ରାମକୁ ଯିବାକୁ ହେଲେ ଯେଉଁ ରାସ୍ତାଦେଇ ଯିବାକୁ ହୁଏ, ଗାଁ ମୁଣ୍ଡରେ ସେହି ରାସ୍ତାର ଏକ ଅଂଶ ବର୍ଷା ହେଲେ କାଦୁଅ ପଚପଚ ହୋଇଯାଏ। ଯେଉଁଠାରେ କି ଲୋକଙ୍କ ଗମନା ଗମନ ଏକପ୍ରକାର କାଠିକର ପାଠ ହୋଇଯାଏ। ବର୍ଷ ବର୍ଷ ଧରି ଗ୍ରାମବାସୀ ପଞ୍ଚାୟତରେ ଗୁହାରି କରିବା ପରେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ତେଣୁ ମାନବାର ଓ ପାଙ୍ଗିପଦରର ଗ୍ରାମବାସୀ ଏକାଠି ହୋଇ ପଥର ଆଣିବା ସହ ଶ୍ରମଦାନ ଦେଇ ରାସ୍ତା କାମ ସମ୍ପୂର୍ଣ୍ଣ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.