● ସାମିଲହେଲା ନିଖିଳ ଉତ୍କଳ ବାରିକ ସଂଘ
କଳାହାଣ୍ଡି, (ହେମନ୍ତ ସାହୁ): ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ଦାବୀ ଆଜି ୨୬ ଦିନରେ ପହଂଚିଥିବାବେଳେ ଆଜି ଏହି ଗଣଧାରଣାରେ ନିଖିଳ ଉତ୍କଳ ବାରିକ ସଂଘ ସମର୍ଥନ ଜଣାଇ ଗଣଧାରଣାରେ ସାମିଲ ହେଇଛନ୍ତି । ସଂଗ୍ରାମ ମଂଚର ସଭାପତି ପ୍ରକାଶ ଚନ୍ଦ୍ର ମାଝୀ ଏବଂ ଯୁବନେତା ବିଭୂତି ଭୂଷଣ ମହାଖୁଡ଼ଙ୍କ ସମେତ ବାରିକ ସଂଘର ସଭାପତି ଉଗ୍ରେସେନ ବାରିକ, ସଂପାଦକ ସୁଦାମ ଚରଣ ବାରିକ, ଶ୍ୟାମ ବାରିକ, ଗୋପାଳ ବାରିକ, ବୃନ୍ଦାବନ ବାରିକ, ରାଘବ ବାରିକ, ଭବାନୀ ବାରିକ, ବିକାଶ ରଂଜନ, ବାଲାଜୀ ବାହାନ ବାରିକ, ହୃଷିକେଶ ବାରିକ, ଶ୍ରୀକାନ୍ତ ବାରିକ, କୈଳାସଚନ୍ଦ୍ର ବାରିକ, ତରଳ ବାରିକଙ୍କ ସମେତ ଅନ୍ୟମାନେ ସାମିଲ ହେଇଥିଲେ ।