ଟେମରି ଗ୍ରାମ ପଂଚାୟତରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ

ଟେମିରି, (ଜଗୁଜୀବନ ସା): ଗୋଳାମୁଣ୍ଡା ବ୍ଳକ ଅନ୍ତର୍ଗତ ଟେମରି ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଓଡିଶା ସରକାରଙ୍କ ମହିଳା ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡର ବ୍ୟବହାର, ଏହି ଯୋଜନାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ସଂକ୍ଷେପରେ ବୁଝାଇଥିଲେ।

Omkar Vasthu
Omkar Vasthu


ସ୍ମାର୍ଟ ହେଲଥ କାର୍ଡ ବ୍ୟବହାର କରି ଚିକିତ୍ସା ସେବା କିପରି ପାଇପାରିବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ କହିଥିଲେ। ପୁଣି ସେ କହିଥିଲେ ଯେ, ୨୦୨୧ମସିହା ସେପ୍ଟେମ୍ବର ୧ତାରିଖରୁ ସମସ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଧାରୀଙ୍କ ପରିବାର ସଦସ୍ୟ ଚିକିତ୍ସା ସମ୍ବନ୍ଧୀୟ ଖର୍ଚ୍ଚ ପରିବାର ସଦସ୍ୟ ପିଛା ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାର ବହନ କରିବେ। ଏହି ୫ଲକ୍ଷ ଟଙ୍କା ଉପଯୋଗୀ ହୋଇଗଲା ପରେ ପରିବାରର ମହିଳା ସଦସ୍ୟମାନଙ୍କ ନିମନ୍ତେ ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମିଳିପାରିବ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଚିକିତ୍ସା ସହାୟତା ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଥିବା ଏହି ଯୋଜନାରେ ପଞ୍ଜୀକୃତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ମିଳି ପାରିବ। ଏହି ଯୋଜନା ସମ୍ବନ୍ଧୀୟ ସବିଶେଷ ତଥ୍ୟ ଓ ଅଭିଯୋଗ ଲାଗି ଯେକୌଣସି କୌଣସି ବ୍ୟକ୍ତି ଯେକୌଣସି ସମୟରେ ଦେୟମୁକ୍ତ ଯୋଗାଯୋଗ ନମ୍ବର ୧୦୪ ରେ ସମ୍ପର୍କ କରିପାରିବେ। ଟେମିରି ପଞ୍ଚାୟତର ୧୦୫୫ ହିତାଧିକାରୀ ଏହି ସ୍ମାର୍ଟ କାର୍ଡ ଦ୍ବାରା ଉପକୃତ ହେବେ।

ସଭାରେ ଧାମନପୁର ସମିତି ସଭ୍ୟ ଶ୍ରୀ ଯୁକ୍ତ ଦିନେଶ କୁମାର ରାଉତ ମୁଖ୍ୟବକ୍ତା ଭାବରେ କାର୍ଯ୍ୟ ପରିଚାଳନା କରିଥିବାବେଳେ ସମ୍ମାନୀୟ ଅତିଥି ଭାବରେ ଗୋଳମୁଣ୍ଡା ବ୍ଳକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ, ବିଡ଼ିଓ ସ୍ନିଗ୍ଧାରାଣୀ ପ୍ରଧାନ, ସିଡିପିଓ, ବିପିଏମ, ସୁପରଭାଇଜର, ଟେମରି ସରପଞ୍ଚ ସୁମିତ୍ରା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଟେମରି ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ଭାସ୍କର ସୁନାନୀ, ବେଭାରୀ ସାହୁ, ମହେନ୍ଦ୍ର ପଧାନ, ରଞ୍ଜନ ସା, ଜିଆରଏସ ସୁରେନ୍ଦ୍ର ପଟେଲ, ଜିଟେକ ଧବଳେଶ୍ବର ନାଏକ , ଶିକ୍ଷକ ଶ୍ୟାମ ମେହେର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.