ଶେଷ ପର୍ଯ୍ୟାୟରେ ବିଭିନ୍ନ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ

କୋକସରା, (ହିରଣ୍ୟ ବେହେରା): ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୮ ତାରିଖ ଦିନ କଳାହାଣ୍ଡି ଗସ୍ତରେ ଆସି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ଏହି ଦିନ ହିଁ ଜିଲ୍ଲାର ବାକି ୧୨ଟି ବ୍ଲକରେ ମନ୍ତ୍ରୀମାନେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ। ଏହାପରେ ଜିଲ୍ଲାର ସମସ୍ତ ପଞ୍ଚାୟତକୁ ଗସ୍ତକରି ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀମାନେ କାର୍ଡ ବଣ୍ଟନ କରୁଛନ୍ତି। ବର୍ତ୍ତମାନ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି କ୍ରମରେ ଆଜି କୋକସରା ବ୍ଲକର ବଭିିନ୍ନ ପଞ୍ଚାୟତରେ ଏହି ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି।

Omkar Vasthu
Omkar Vasthu


ବ୍ଲକର ମୋଟେର ଠାରେ ଆୟୋଜିତ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ଉନ୍ନୟନ କମିସନର ବିନାୟକ କୁମାର ଟୋପ୍ପୋ ଯୋଗଦେଇ କାର୍ଡ ବଣ୍ଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୋକସରା ବିଡିଓ ମନୀଷା ଦାସ, ତହସିଲଦାର ମନୋଜ କୁମାର ପାଢୀ, ମୋଟେର ସରପଞ୍ଚ ତଥା ଜିଲ୍ଲା ବିଜେଡି ଏସଟି ସେଲ ସଭାପତି ଇଂ. ସୁଶୀଲ କୁମାର ଶବର, ନାଏବ ସରପଞ୍ଚ ଲତା ଶବର ପ୍ରମୁଖ ମଞ୍ଚାସିନ ଥିଲେ।

Pearl dental clinic
Near Ashish Medical Store, Bhawanipatna


ମୋଟେର ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟବାନ ପୂଝାରୀ, ଯୋଗାଣ ସହାୟକ ପରମାନନ୍ଦ ଧଙ୍ଗଡା ମାଝୀ, ଗ୍ରାମ ରୋଜଗାର ସେବକ ଦିଶାନ୍ତ ବାଗ ପ୍ରମୂଖ ଯୋଗଦେଇ କାର୍ଡ ବଣ୍ଟନରେ ସହଯୋଗ କରିଥିଲେ। ଏହି ଅବସରରେ ପଞ୍ଚାୟତର ୫୦ଜଣ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା। ବାକି ହିତାଧିକାରୀମାନେ ଅନ୍ୟ ଦିନ ମାନଙ୍କରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ନିଜର ସ୍ବାସ୍ଥ୍ୟ କାର୍ଡ ନେଇଯିବାକୁ ସରପଞ୍ଚ ଇଂ ଶବର ଅନୁରୋଧ କରିଛନ୍ତି। ସେହିପରି କୋକସରା ବ୍ଲକର କାଷିବାହାଲ , ଫୁପ ଗାଁ, ଡାଲଗୁମା ଆଦି ପଞ୍ଚାୟତ ଠାରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି। ଏହି ଅବସରରେ ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ବିଜୁଛାତ୍ର ଜନତା ଦଳ ବ୍ଲକ ସଭାପତି ମାନସ ବେହେରା, ପ୍ରମୋଦ ପ୍ରଧାନୀ, ବିନୋଦ ବିହାରୀ ରାଉତ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.