ଉପନ୍ୟାସ ଲେଖନ୍ତୁ ଆଉ ₹୨୦,୦୦୦/- ଜିତନ୍ତୁ

● କଥା-ତପସ୍ୟା ଉପନ୍ୟାସ ପ୍ରତିଯୋଗିତା ଘୋଷଣା

ଭୁବନେଶ୍ବର : ଓଡିଆ ଗଳ୍ପର ନବଜାତକ ‘କଥା’ ଓ ତପସ୍ୟା ଫାଉଣ୍ତେସନ, ଭୁବନେଶ୍ବର ଆନୁକୂଲ୍ୟରେ ଚଳିତ ବର୍ଷଠାରୁ ଏକ ଉପନ୍ୟାସ ପ୍ରତିଯୋଗିତା ଆୟୋଜନ କରାଯାଇଛି । ଓଡ଼ିଆ ସାହିତ୍ୟରେ ଉପନ୍ୟାସର ସଂଖ୍ୟା କମିବାରେ ଲାଗିଛି ଏବଂ ଭଲ ଉପନ୍ୟାସ ପ୍ରାୟତଃ ବହୁତ କମ ପଢ଼ିବାକୁ ମିଳୁଛି । ଏଭଳି ସ୍ଥିତିରେ ଓଡ଼ିଆ ଉପନ୍ୟାସ କ୍ଷେତ୍ରକୁ ବଳିଷ୍ଠ କରିବା ଉଦ୍ଦେଶ୍ୟରେ ‘କଥା’ ଏବଂ ତପସ୍ୟା ଫାଉଣ୍ତେସନ ମିଳିତ ଉଦ୍ୟମ ଆରମ୍ଭ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ତପସ୍ୟା ଫାଉଣ୍ତେସନ ପକ୍ଷରୁ ପ୍ରତିବର୍ଷ ତପସ୍ୟା ଶାଶ୍ଵତ ସମ୍ମାନ, ତପସ୍ୟା ସୃଜନ ଓ ତପସ୍ୟା ସମ୍ଭାବନା ସମ୍ମାନ ପ୍ରଦାନ କରାଯାଉଛି। ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ଉପନ୍ୟାସକୁ ୨୦ ହାଜର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ସହିତ ଧାରାବାହିକ ଭାବରେ ତାହା କଥାରେ ପ୍ରକାଶିତ ହେବ । ପରବର୍ତ୍ତୀ ସମୟରେ ତପସ୍ୟା ଫାଉଣ୍ତେସନର ସହଯୋଗରେ ଏକ ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ଦ୍ୱାରା ଏହି ଉପନ୍ୟାସ ପୁସ୍ତକ ଭାବରେ ପ୍ରକାଶ କରାଯିବ । ପ୍ରତିଯୋଗିତାରେ ଭାଗନେବାକୁ ଚାହୁଁଥିବା ଲେଖକ ଲେଖକାଙ୍କ ବୟସ ୨୦୨୧ ଡିସେମ୍ବର ୩୦ ତାରିଖ ସୁଦ୍ଧା ୪୫ ବର୍ଷ କିମ୍ବା ତହିଁରୁ କମ୍ ହେଇଥିବା ଆବଶ୍ୟକ। ଏଥିପାଇଁ କେବଳ ଅପ୍ରକାଶିତ ଉପନ୍ୟାସର ପାଣ୍ଡୁଲିପି ଗ୍ରହଣ କରାଯିବ। ପାଣ୍ଡୁଲିପି ପଠାଇବାର ଇମେଲ୍ ଠିକଣା kathatapasya2022@gmail.com । ଲେଖା ଗ୍ରହଣ ଶେଷ ତାରିଖ ହେଉଛି ୩୧ ଡିସେମ୍ବର ୨୦୨୧। ଏହି ପ୍ରତିଯୋଗିତାରେ ଅଧିକ ସଂଖ୍ୟାରେ ଲେଖକ ଲେଖିକା ଭାଗ ନେବାକୁ ‘କଥା’ର ସମ୍ପାଦକ ଡକ୍ଟର ଗୌରହରି ଦାସ ଏବଂ ତପସ୍ୟା ଫାଉଣ୍ତେସନର ପ୍ରତିଷ୍ଠାତା ଡକ୍ଟର ଜୁଲୀ ମିଶ୍ର ଓ ଅଧ୍ୟକ୍ଷ ଡ. ତପନ କୁମାର ପଣ୍ଡା ଅନୁରୋଧ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.