ନୂଆପଡା: ସଦର ବ୍ଲକ ଡ଼ୁମେରପାଣି ଗାଁ ରେ ଓଡ଼ିଆ ମୋ ପାରିବାର ପକ୍ଷ ରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି ଶିବିର ରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ଅରୂପ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କାର୍ତିକ ଦୀପ, ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ମନୋଜ ଡାଗା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ରକ୍ତଦାନ ଶିବିର ରେ ସର୍ବମୋଟ ୪୭ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାର କୁ ହସ୍ତାନ୍ତର କରାଯାଇଥିଲା। ଯୁବ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଟେକରାମ ସାହୁ, ଉପ ସଭାପତି ନାରାୟଣ ସାହୁ, ବିଜେଡି ପଂଚାୟତ ସଭାପତି ଲାଲସିଂ ରାଉତ, ଯୁବ ବିଜେଡି ବ୍ଲକ ଉପ ସଭାପତି ତ୍ରିନାଥ ସାହୁ, ସମ୍ପାଦକ ସରୋଜ ଜଗତ, ଯୁବ ବିଜେଡି ପଂଚାୟତ ସଭାପତି ନାରାୟଣ ମାଝୀ, ଟୋପ ରାମ ରାଉତ ପ୍ରମୁଖ ଏହି ରକ୍ତଦାନ ଶିବିର କୁ ପରିଚାଳନା ରେ ସହଯୋଗ କରିଥିଲେ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in