ସୁନାବେଡାରେ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା: କୋମନା ବ୍ଲକ ସୁନାବେଡା ଗାଁରେ କୋମନା ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡି.ଇ.ଆଇ.ସି.ର ମିଳିତ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୁନାବେଡା ଗାଁର ୦ ରୁ ୧୮ ବର୍ଷ ମଧ୍ୟରେ ଥିବା ୯୪ ଜଣ ପିଲା ମାନଙ୍କୁ ସ୍କ୍ରିନିଙ୍ଗ କରାଯାଇଥିଲା। ଏଥିରେ ୨୦ ଜଣ ପିଲାମାନଙ୍କୁ ଦାନ୍ତ ଜନିତ ରୋଗ ସମସ୍ୟା ଥିବା ଜଣା ପଡିଥିଲା। ସେଥି ମଧ୍ୟରୁ ୨ ଜଣ ପିଲାଙ୍କୁ ଉତ୍ତମ ଚିକିତ୍ସା ପାଇଁ ପ୍ରଥମେ ନୂଆପଡା ଡି. ଆଇ.ସି. ଏବଂ ପରେ ସ୍ପେସିଆଲିଷ୍ଟଙ୍କ ପରାମର୍ଶ କ୍ରମେ ତାଙ୍କର ସମସ୍ୟା ଜନିତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି। ଏହି ସ୍ୱାସ୍ଥ୍ୟ ଶିବିରରେ ଡା ଅଜିତ କୁମାର ଭୋଇ, ଡା ବିନୟ କୁମାର ଯୋଶୀ, ଡ଼ା ମଧୁସ୍ମିତା ପଣ୍ଡା, ଡ଼ା ଅନିତା ପଟେଲ ତଥା ଡାକ୍ତରୀ ପରୀକ୍ଷଣ ଟିମ ଉପସ୍ଥିତ ଥିଲେ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.