ପାର୍ସାଲି ଜଙ୍ଗଲ ନିକଟରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର

ଲାଞ୍ଜିଗଡ଼: କିଛି ଦିନର ନୀରବତା ପରେ ଲାଞ୍ଜିଗଡ଼ ବ୍ଲକ ସିମାନ୍ତରେ ନିଜର ଉପସ୍ଥିତ ଜାହିର କରିଛନ୍ତି ମାଓବାଦୀ। କଳାହାଣ୍ଡି-ରାୟଗଡ଼ା ସୀମାନ୍ତ ପାର୍ସାଲି ଜଙ୍ଗଲ ନିକଟରେ ଲାଲ୍ ବାହିନୀ ଲଗାଇଛନ୍ତି ପୋଷ୍ଟର ଓ ବ୍ୟାନର। ଆସନ୍ତା ଡ଼ିସେମ୍ବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପି.ଏଲ.ଜିଏ ପକ୍ଷରୁ ସହିଦ୍ ସପ୍ତାହ ପାଳନ କରାଯାଉଥିବା ବେଳେ ଏଥିପାଇଁ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଆକର୍ଷିତ କରିବା ପାଇଁ ଲାଲବାହିନୀ ଏହି ଖେଳ ଖେଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହା ସହିତ ଲାଞ୍ଜିଗଡ଼ ବ୍ଲକ ନିକଟସ୍ଥ ନିୟମଗିରି ପର୍ବତ ଉପରେ ଥିବା ପାର୍ସାଲି ଗାଁରେ ଲାଗିଛି ମାଓ ପୋଷ୍ଟର ଏବଂ ବ୍ୟାନର। ଲୋକେ ଏହାକୁ ନେଇ ଭୟଭୀତ ହୋଇପଡିଛନ୍ତି।

Udyog Nursery
Udyogi Nursery


କେନ୍ଦ୍ରସରକାର ଏବଂ ରାଜ୍ୟ ସରକାର ବିକାଶ ନାଁରେ ବିନାଶର ଖେଳ ଖେଳୁଛନ୍ତି ଯାହା ଦ୍ଵାରା ଦେଶର ସାଧାରଣ ନାଗରିକ ସହିତ ସର୍ବହରା କାଙ୍ଗାଳ ହେବାକୁ ପଡୁଛି ବୋଲି ଏ ପୋଷ୍ଟରରେ ଲାଲ ବାହୀନି ଦର୍ଶାଇଛନ୍ତି। ତେବେ ବର୍ତମାନ ପରିସ୍ଥିତିରେ ପୁଲିସ ତଥା ସୁରକ୍ଷା ବାହିନୀ ସତର୍କ ହେବା ସହ କୋମ୍ବିଙ୍ଗ ଅପରେସନ ଜାରି ରଖିଥିବା ଜଣାପଡ଼ିଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.