ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ

● ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ଚିକିତ୍ସା

ଯାଜପୁର, (କାଦମ୍ବିନୀ ପତ୍ରୀ): ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ଗୁରୁ ନନ୍ଦ କିଶୋର ପୃଷ୍ଟିଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଚିନ୍ତାଜନକ ଥିବା ଡାକ୍ତର ସୂଚନା ଦେଇଛନ୍ତି। ରବିବାର ଦିନ ନନ୍ଦ ସାରଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବାରୁ ତାଙ୍କୁ ପ୍ରଥମେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ସୋମବାର ଦିନ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶ୍ରୀ ପୃଷ୍ଟିଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ନନ୍ଦ ସାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ସେତେଟା ଭଲ ନାହିଁ। ବର୍ତ୍ତମାନ ସମସ୍ତ ପରୀକ୍ଷା ଚାଲୁଅଛି ଯଦି କୌଣସି ଉନ୍ନତି ନ ଘଟେ ତେବେ ଅଧିକ ଚିକିତ୍ସା ପାଇଁ ଉପରିସ୍ଥ ଚିକିତ୍ସା କେନ୍ଦ୍ରକୁ ପଠାଇ ଦିଆଯିବ।

Omkar Vasthu
Omkar Vasthu

ଶତାୟୁ ଚାଟଶାଳୀ ଶିକ୍ଷକ ନନ୍ଦ ସାର ଚଳିତ ମାସ ୨ୟ ସପ୍ତାହରେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ସେ ରାଷ୍ଟ୍ରପତିଙ୍କୁ ଆଶିର୍ବାଦ କରିବା ଦୃଶ୍ୟ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା। ସୂଚନା ଯୋଗ୍ୟ ଯେ, ନନ୍ଦ ସାର୍ ୭୫ ବର୍ଷ ହେଲା ବିନା ପାରିଶ୍ରମିକରେ ଚାଟଶାଳୀରେ ପିଲା ମାନଙ୍କୁ ଶିକ୍ଷା ପ୍ରଦାନ କରିଆସୁଛନ୍ତି। ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ନନ୍ଦ ସାରଙ୍କ ଜନ୍ମ ବେଳର କୌଣସି ସରକାରୀ ରେକର୍ଡ ନଥିଲେ ମଧ୍ୟ ତାଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ନନ୍ଦ ସାରଙ୍କ ବତ୍ତର୍ମାନ ବୟସ ୧୦୩। ସେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡଡିହା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ଅଞ୍ଚଳର ଲୋକ ମାନଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ନନ୍ଦ ସାର ସୁକିନ୍ଦା ଅଞ୍ଚଳରେ ଦୀର୍ଘ ୭୫ବର୍ଷ ତଳେ ବିନା ପାରିଶ୍ରମିକରେ ପିଲାମାନଙ୍କୁ ଚାଟଶାଳୀରେ ପାଠ ପଢ଼ାଇବା ଆରମ୍ଭ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.