ବଲବସପୁର କ୍ଲଷ୍ଟରରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

● ଛାତ୍ର-ଶିକ୍ଷକ ଅନୁପାତର ରହୁନାହିଁ ତାଳମେଳ, କେଉଁଠି ଆବଶ୍ୟକତା ଠାରୁ ଅଧିକ ତ କେଉଁଠି ଶିକ୍ଷକ ମରୁଡି

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ପାଣି ପରି ଟଙ୍କା ଖର୍ଚ୍ଚ କରି ଚାଲିଥିବାବେଳେ ଅନେକ ସ୍ଥାନରେ ଏହା ଲକ୍ଷ ପଥରୁ ବିଚ୍ୟୁତ ହେଉଥିବାପରି ମନେ ହେଉଛି। ଏପରି ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ। ପ୍ରଶାସନିକ ଉଦାସୀନତା ଓ ପ୍ରିୟାପ୍ରିତି ତୋଷଣ ଯୋଗୁଁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଥିବା ଆଲୋଚନା ହେଉଛି। ନର୍ଲା ବ୍ଲକରେ ମୋଟ ୧୭ ଟି କ୍ଲଷ୍ଟର ଥିବାବେଳେ ବଲବସପୁର କ୍ଲଷ୍ଟରର ଶିକ୍ଷା ବ୍ୟବସ୍ଥା କିପରି ରହିଛି ସେନେଇ ଆମେ ଗ୍ରାଉଣ୍ଡ ଜିରୋ ରିପୋର୍ଟ ପ୍ରଦାନ କରୁଛୁ। ବଲବସପୁର କ୍ଲଷ୍ଟରରେ ଆଗରୁ ୧୬ ଟି ବିଦ୍ୟାଳୟ ଥିବାବେଳେ ବର୍ତ୍ତମାନ ୧୦ଟି ବିଦ୍ୟାଳୟ ରହିଛି। ଏହି କ୍ଲଷ୍ଟରର ବିଲାଟ ପ୍ରାଥମିକ ବିଦ୍ୟାଳୟରେ ୭୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏଥିରେ ଜଣେ ମାତ୍ର ଶିକ୍ଷୟତ୍ରୀ ଅଛନ୍ତି। ଭାଟିପଡା ପ୍ରାଥମିକ ବିଦ୍ୟାଳୟରେ ୮୯ ଜଣ ଛାତ୍ରଛାତ୍ରୀ ଥିବାବେଳେ ଶିକ୍ଷକ ସଂଖ୍ୟା ୨। ବରଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୩୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ସମୟରେ ଶିକ୍ଷକ ସଂଖ୍ୟା ୫ ତେବେ ଏହି ବିଦ୍ୟାଳୟରେ ଲେବୁଲ-୪ ଶିକ୍ଷକ ସଂଖ୍ୟା ଶୁନ୍ୟ ରହିଛି। ଖାଇଚୁଆଁ ପ୍ରଥମିକ ବିଦ୍ୟାଳୟରେ ମୋଟ ୩୪ ଜଣ ଛାତ୍ରଛାତ୍ରୀ ଥିବାବେଳେ ୨ ଜଣ ଶିକ୍ଷକ ଅଛନ୍ତି। ରୁପ୍ରାରୋଡ ପ୍ରାଥମିକ ବିଦ୍ୟାଳୟରେ ୪୨ ଜଣ ଛାତ୍ରଛାତ୍ରୀ ପାଇଁ ୨ ଜଣ ଶିକ୍ଷକ ଅଛନ୍ତି। ଛତାମହୁଲ ପ୍ରାଥମିକ ବିଦ୍ୟାଳୟରେ ୩୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୨ଜଣ ଶିକ୍ଷକ ଅଛନ୍ତି। ରୁପ୍ରାରୋଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋଟ ୨୪୪ ଜଣ ଛାତ୍ରଛାତ୍ରୀ ଥିବାବେଳେ ୧୪ ଜଣ ଶିକ୍ଷକ ଓ ଜଣେ ପିଇଟି ଅଛନ୍ତି। ବୁଢୀପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୨୧ ଜଣ ଛାତ୍ରଛାତ୍ରୀ ଥିବାବେଳେ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି ତେବେ ଏହି ବିଦ୍ୟାଳୟରେ ଲେବୁଲ-୪ ଶିକ୍ଷକ ନାହାନ୍ତି। ନୂଆପଡା ପ୍ରଥମିକ ବିଦ୍ୟାଳୟରେ ୨ ଜଣ ଶିକ୍ଷକ ଓ ୬୦ ଜଣ ଛାତ୍ରଛାତ୍ରୀ ଅଛନ୍ତି। ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ରାକ୍ସିରେ ମୋଟ ଛାତ୍ରଛାତ୍ରୀ ସଂଖ୍ୟା ୨୭୨ ଥିବାବେଳେ ୧୦ଜ ଣ ଶିକ୍ଷକ ଓ ଜଣେ ପିଇଟି ଅଛନ୍ତି, ଏହି ବିଦ୍ୟାଳୟରେ ଲେବୁଲ-୪ ଶିକ୍ଷକ ସଂଖ୍ୟା ଶୁନ୍ୟ ରହିଛି। ରାକ୍ସି ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୧୯୪ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶିକ୍ଷକ ସଂଖ୍ୟା ୩। ପ୍ରଥମ ଶ୍ରେଣୀରେ ୨୩ ଜଣ ଛାତ୍ରଛାତ୍ରୀ ଥିବାବେଳେ ଦ୍ବିତୀୟ ଶ୍ରେଣୀରେ ୧୯, ତୃତୀୟ ଶ୍ରେଣୀରେ ୨୭, ଚତୁର୍ଥ ଶ୍ରେଣୀରେ ୧୮, ପଞ୍ଚମ ଶ୍ରେଣୀରେ ୨୦, ଷଷ୍ଠ ଶ୍ରେଣୀରେ ୩୪, ସପ୍ତମ ଶ୍ରେଣୀରେ ୧୮ ଓ ଅଷ୍ଟମ ଶ୍ରେଣୀରେ ୩୫ ଏପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୯୪ ଜଣ ଶିକ୍ଷାର୍ଥୀଙ୍କୁ ୩ ଜଣ ଶିକ୍ଷକ ଅଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଯଦି ରାକ୍ସି ସ୍କୁଲ ଓ ରୁପ୍ରାରୋଡ ସ୍କୁଲର ତୁଳନା କରାଯାଏ ତେବେ ଏଥିରେ ଘୋର ବ୍ୟତିକ୍ରମ ପରିଲକ୍ଷିତ ହେଉଛି। ରୁପ୍ରାରୋଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୮ଗୋଟି ଶ୍ରେଣୀରେ ୨୪୪ ଛାତ୍ରଛାତ୍ରୀ ଥିବାବେଳେ ୧୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଜଣେ ପିଇଟି ଅଛନ୍ତି। ଏପଟେ ରାକ୍ସି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୯୪ ଶିକ୍ଷାର୍ଥୀଙ୍କୁ ମାତ୍ର ୩ ଜଣ ଶିକ୍ଷକ, ଲେବୁଲ-୪ ଶିକ୍ଷକ ଶୁନ୍ୟ। ଏପଟେ ଛାତ୍ର-ଶିକ୍ଷକ ଅନୁପାତ ୩୦-୧ ହେବାକଥା। ଯେକୌଣସି ବିଦ୍ୟାଳୟରେ ଛାତ୍ର-ଶିକ୍ଷକ ଅନୁପାତକୁ ବିଚାରକୁ ନେଇ ୮ଟି ଶ୍ରେଣୀ ପାଇଁ ସର୍ବାଧିକ ୮ ଜଣ ଶିକ୍ଷକ ରହିବା ନିୟମ ରହିଛି କିନ୍ତୁ ଏହା କେବଳ ବଲବସପୁର କ୍ଲଷ୍ଟର ନୁହଁ ବ୍ଲକର ଅନ୍ୟ ୧୬ଟି କ୍ଲଷ୍ଟରରେ ମଧ୍ୟ ସବୁ ବିଗିଡି ଯାଇଥିବା ପରି ମନେହେଉଛି। କେଉଁଠି ଆବଶ୍ୟକତା ଠାରୁ ଅଧିକ ଶିକ୍ଷକ ରହିଛନ୍ତି ତ କେଉଁଠି ଶିକ୍ଷକ ମରୁଡି ହୋଇଛି। ବିଲାଟ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର-ଶିକ୍ଷକ ଅନୁପାତ ଦୃଷ୍ଟିରୁ ୨ଜଣ ଶିକ୍ଷକ ରହିବା କଥା କିନ୍ତୁ ଜଣେ ମାତ୍ର ଶିକ୍ଷୟତ୍ରୀ ୭୦ ପିଲାଙ୍କୁ ପାଠ ପଢାଇବାସହ ବିଦ୍ୟାଳୟର ଅନ୍ୟାନ୍ୟ ଦାଇତ୍ୱ ନିର୍ବାହନ କରୁଛନ୍ତି। ସେହିପରି ଭାବେ ଭାଟିପଡା ପ୍ରାଥମିକ ବିଦ୍ୟାଳୟରେ ୩ ଜଣ ଶିକ୍ଷକ ରହିବା ଯାଗାରେ ୨ ଜଣ ଅଛନ୍ତି। ରାକ୍ସି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୯୪ ଛାତ୍ରଛାତ୍ରୀ ଥିବାବେଳେ ୬ ଜଣ ଶିକ୍ଷକ ରହିବାକଥା କିନ୍ତୁ ଏଠାରେ ମାତ୍ର ୩ ଜଣ ପ୍ରାଥମିକ ଶିକ୍ଷକ ଅଛନ୍ତି। ଏମିତିରେ ବିଦ୍ୟାଳୟ କେମିତି ଚାଲିବ ବୋଲି ଚିନ୍ତା ପ୍ରକଟ କରିଛନ୍ତି ଅବିଭାବକ। ତେଣୁ ଏହି କ୍ଲଷ୍ଟରରେ କିପରି ଶିକ୍ଷକ ସନ୍ତୁଳନ ଠିକ୍ ରହିବ ସେନେଇ ବ୍ଲକ ଶିକ୍ଷା ବିଭାଗ ଦୃଷ୍ଟି ଦେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.