ଆନ୍ଧ୍ରରେ କାଶିପୁରର ୪ ଦାଦନ ଶ୍ରମିକ ନିର୍ଯ୍ୟାତନା ପ୍ରସଙ୍ଗ: ସୁରକ୍ଷିତ ଭାବେ ଫେରିଲେ ଘରକୁ, ଧନ୍ୟବାଦ ଦେଲେ ଜିଲ୍ଳା ପ୍ରଶାସନକୁ

ରାୟଗଡା, (ଶିବ ନାରାୟଣ ଗୈାଡ): ଆନ୍ଧ୍ରର ଏକ ଚିଙ୍ଗୁଡି କମ୍ପାନୀରେ ଦାଦନ ଖଟିବାକୁ ଯାଇ ନିର୍ଯ୍ୟାତନାର ଶୀକାର ହୋଇଥିବା ରାୟଗଡା ଜିଲ୍ଳା କାଶିପୁର ବ୍ଳକର ନବୀନ ନାଏକ, କୃଷ୍ଣଚନ୍ଦ୍ର ନାଏକ, ଖଗେଶ୍ୱର ନାଏକ ଓ ମହେନ୍ଦ୍ର ନାଏକ ୪ଜଣ ଦାଦନ ଶ୍ରମିକ ଜିଲ୍ଳା ଶ୍ରମ ବିଭାଗ ଓ ପ୍ରଶାସନର ସହଯୋଗରେ ସୁରକ୍ଷିତ ଭାବେ ନିଜ ଘରକୁ ଫେରିଥିବା ଜଣାପଡିଛି । ସେମାନେ ଗତକାଲି ରାତ୍ରରେ ବିଶାଖାପାଟଣମରୁ ଟ୍ରେନ ଯୋଗେ ଫେରିବା ପରେ ପରିବାର ଲୋକେ ତାଙ୍କୁ ପାଇଁ ବହୁତ ଖୁସି ପ୍ରକଟ କରିବା ସହ ଜିଲ୍ଳା ଶ୍ରମ ବିଭାଗ ଅଧିକାରୀ ଓ ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ । ମାଛଲିପାଟଣମ ଓ ପୋଲାଟିପାଲା ଗ୍ରାମ ମଧ୍ୟରେ ଥିବା ଏକ ଚିଙ୍ଗୁଡି କମ୍ପାନୀରେ କାର୍ଯ୍ୟ କରିବା ପାଇଁ ଗତ ନଭେମ୍ବର ୫ତାରିଖରେ ରାୟଗଡା ଜିଲ୍ଳା କାଶିପୁର ସଦର ବ୍ଳକର ମାଇକଂଚ ସାହିରେ ରହୁଥିବା ନବୀନ, କୃଷ୍ଣଚନ୍ଦ୍ର, ଖଗେଶ୍ୱର ଓ ମହେନ୍ଦ୍ର ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ତାଙ୍କୁ ମାସିକ ୧୩,୫୦୦ଟଙ୍କା ଦରମା ପ୍ରଦାନ କରାଯିବା ସହ ଅନ୍ୟାନ୍ୟ ସମସ୍ତ ରହିବା ଓ ଖାଇବା ସୁବିଧା ଯୋଗାଇବା ପାଇଁ ଦଲାଲ ଡାକି ନେଇଥିଲା । କିନ୍ତୁ ସେମାନେ ସେଠାରେ କାମରେ ଯୋଗ ଦେବା ପରେ କମ୍ପାନୀ କର୍ତୁପକ୍ଷମାନେ ସେମାନଙ୍କ ଠାରୁ ମୋବାଇଲ୍ ନେଇଯିବା ସହ ଖାଇବାପିଇବା ନ ଦେଇ ବହୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଥିବା ନେଇ ଫେରିଥିବା ଶ୍ରମିକ ୪ଜଣ ପ୍ରକାଶ କରିଛନ୍ତି । ସେହିପରି ଖସି ଯିବାକୁ ଉଦ୍ୟମ କଲେ ହାତଗୋଡ ଭାଙ୍ଗି ଦେଇ ରଖିଦେବୁ ଏବଂ ତୁମେ ଯେମିତି ହେଲେ ୫/୬ମାସ ଏଠାରେ ରହି କାମ କରିବାକୁ ପଡିବ ବୋଲି କମ୍ପାନୀ କର୍ତୁପକ୍ଷମାନେ ଧମକ ଦେଇ ରଖିଥିଲେ ବୋଲି ପ୍ରକାଶ କରିଛନ୍ତି । କୈାଣସି କ୍ରମେ ଜଣେ ସୁପରଭାଇଜରଙ୍କ ସାହାର୍ଯ୍ୟରେ ସେମାନେ ମୋବାଇଲ ପାଇ ଘର ଲୋକଙ୍କ ସହ ଯୋଗାଯୋଗ କରିବା ପରେ ପରିବାର ବର୍ଗ ଓ ଗ୍ରାମବାସୀମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଗଣମାଧ୍ୟମରେ ଏ ନେଇ ଆମ ବିଷୟରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ଆମକୁ ଫେରାଇ ଆଣିଥିବାରୁ ଆମେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଓ ପ୍ରଶାସନକୁ କୃତଜ୍ଞତା ଜଣାଉଛୁ ବୋଲି କୋହଭରା କଣ୍ଠରେ ୪ଜଣ ଶ୍ରମିକ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.