ରାୟଗଡା ଠାରେ ଜିଲ୍ଳାସ୍ତରୀୟ ବିଶ୍ୱ ମୃତିକା ଦିବସ ପାଳିତ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ମିଶନଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଜିଲ୍ଳାସ୍ତରୀୟ ବିଶ୍ୱ ମୃତିକା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳାସ୍ତରୀୟ ଏହି କାର୍ଯ୍ୟକ୍ରମରେ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ଦୁଃଶାସନ ପ୍ରହରାଜ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ପତିତପାବନ ସାମନ୍ତରାଏ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ କୁମାର ପଟ୍ଟନାୟକ, ଜିଲ୍ଳା ମତ୍ସ୍ୟ ଅଧିକାରୀ ଶ୍ରୀମତି ତୁଲାକାନ୍ତି ତାଜନ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଞାନିକ ରାଜୀବ କୁମାର ଟୁଡୁ, ମୃତିକା ରସାୟନବିତ୍ ଶରତ କୁମାର ଘୋଷ, କୃଷି ଜିଲ୍ଳା ଅଧିକାରୀ, ରାୟଗଡା ବଳଦେବ ମହାପାତ୍ର, ବ୍ଳକ କୃଷି ଅଧିକାରୀ ଜାମି ସୂର୍ଯ୍ୟା ରାଓ ଓ ବୈକୁଣ୍ଠ ବେହେରା, ସହକାରୀ କୃଷି ଅଧିକାରୀ ଜ୍ଞାନରଂଜନ ପାଣିଗ୍ରାହୀ, ରାହୁଲ ନାଏକ ଓ ଶ୍ରୀମତି ସୁରଭି ମହାପାତ୍ର ଉପସ୍ଥିତ ରହିଥିଲେ ।


ପାରାଦୀପ ଫସଫେଟ୍ ଲିମିଟେଡର ବରିଷ୍ଠ ମ୍ୟାନେଜର ଓ ଇଫକୋର କ୍ଷେତ୍ର ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ । ବିଭିନ୍ନ ବ୍ଳକରୁ ପ୍ରାୟ ୩୦ଜଣ ଚାଷୀ ଓ କୃଷି ବିଭାଗରେ କାର୍ଯ୍ୟରତ ଅନ୍ୟାନ୍ୟ କ୍ଷେତ୍ର କର୍ମଚାରୀ ଉକ୍ତ ଉତ୍ସବରେ ଯୋଗଦାନ କରି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ରାୟଗଡା ଜିଲ୍ଳାରେ ଗୋଟିଏ ମୃତିକା ପରୀକ୍ଷାଗାର ରାୟଗଡା ଠାରେ ରହି ବାର୍ଷିକ ୧୦ହଜାରରୁ ଅଧିକ ମାଟି ନମୂନା ପରୀକ୍ଷା କରୁଛି । ଏହା ବ୍ୟତୀତ ଏକ ଭ୍ରାମ୍ୟମାଣ ମୃତିକା ପରୀକ୍ଷାଗାର ବିଭିନ୍ନ ପଂଚାୟତକୁ ଯାଇ ବାର୍ଷିକ ୫ହଜାର ମାଟି ନୂମନା ପରୀକ୍ଷା କରୁଛି ବୋଲି ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପ୍ରହରାଜ ପ୍ରକାଶ କରିଥିଲେ । ଉପସ୍ଥିତ ବକ୍ତାମାନେ ବିଶ୍ୱ ମୃତିକା ଦିବସ ପାଳନର ମୂଳ ଉଦ୍ଦେଶ୍ୟ, ମାଟି ପରୀକ୍ଷା ଅନୁମୋଦନ ଅନୁଯାଇ ସାର ପ୍ରୟୋଗ, ଜୈବିକ ସାର ପ୍ରୟୋଗ, ସମନ୍ୱିତ ଖାଦ୍ୟ ସାର ପରିଚାଳନା କରି ଫସଲ ଉତ୍ପାଦନରେ ନିରନ୍ତରତା ବଜାୟ ରଖିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ପରିଶେଷରେ ସଭା କାର୍ଯ୍ୟକ୍ରମରେ ଜିଲ୍ଳାର ୨୦ଜଣ ଚାଷୀଙ୍କୁ ମୃତିକା ସ୍ୱାସ୍ଥ୍ୟ କାର୍ଡ ବଂଟନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.